ବେଦରେ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବେଦ ଅନୁଯାୟୀ, ଯଦି ଆପଣ ନିୟମିତ ୩ ଥର ଗାୟତ୍ରୀମନ୍ତ୍ରର ଜପ କରନ୍ତି , ତେବେ ନକରାତ୍ମକ ଶକ୍ତି ଠାରୁ ଆପଣ ସବର୍ଦା ଦୂରରେ ରହିବେ।
ଏହି ମନ୍ତ୍ର ଜପ କରିବା ଦ୍ୱାରା କର୍ମକ୍ଷେତ୍ରରେ, ବ୍ୟବସାୟରେ, ବିଦ୍ୟାର୍ଥୀ, ଘରୋଇ ମହିଳା ସଭିଁଙ୍କ ଦୁଃଖ , କଷ୍ଟ ଦୂର ହୋଇଥାଏ ।
ବିଦ୍ୟାର୍ଥୀଙ୍କ ପାଇଁ ଏହି ମନ୍ତ୍ର ବେଶ ଲାଭଦାୟକ। ନିୟମିତ ଏହି ମନ୍ତ୍ରକୁ ୧୦୮ ଥର ଜପ କଲେ ସେମାନଙ୍କର ସମସ୍ତ ବାଧାବିଘ୍ନ ଦୂର ହେବା ସହ ପାଠ ଭଲ ଭାବେ ମନେ ରହିଥାଏ। ଯେଉଁମାନେ ପାଠ ମନେ ରଖିବାକୁ କଷ୍ଟ ହେଉଥାଏ, ସେମାନଙ୍କ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ନିଜ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ନିୟମିତ ଏହି ମନ୍ତ୍ରର ଜପ କରନ୍ତୁ।
ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।