ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଥିବା ଓଡ଼ିଆ ନୁଆ ରୋମାଣ୍ଟିକ ସିନେମା ‘ଡାର୍ଲିଂ’ରେ ଦର୍ଶକଏକ ନୂଆ ଯୋଡିକୁ ଭେଟିବେ। ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ। ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ସୁଶ୍ରୀଙ୍କୁ ଦର୍ଶକ ଆଗରୁ ହେଲୋ ଫିଲ୍ମରେ ଦେଖିବାକୁ ପାଇଚନ୍ତି। ଏତଦବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା,ଅସିତ ପତି,ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି ।
‘ଡାର୍ଲିଂ’ର କାହାଣୀର ମୂଳରେ ରହିଛି ଏକ ମୋଟର ସାଇକଲ୍ । ଫିଲ୍ମର ହିରୋର ସବୁଠୁ ପ୍ରିୟ ହେଉଛି ତାର ମୋଟର ସାଇକଲ୍ । ସେ ଏକ ଅଫିସ୍ ରେ କାମ କରେ। ଦିନେ ନାୟକ ଅଫିସ୍ ଆଗରେ ନିଜର ମୋଟର ସାଇକଲ୍ ଟି ରଖି କାମ କରୁଥାଏ। କିଛି ସମୟ ପରେ ଅଫିସ୍ ସମ୍ମୁଖରେ ଜଣେ କର୍ପୋରେଟର୍ ଙ୍କର ହତ୍ୟା ହୁଏ । ହତ୍ୟାକାରୀ ନାୟକର ମୋଟର ସାଇକଲ୍ ଧରି ଫେରାର ହୋଇଯାଏ। ତେବେ ନାୟକ କିପରି ତାର ଅତି ପ୍ରିୟମୋଟର ସାଇକଲକୁ ଫେରି ପାଇବାରେ ସଫଳ ହୁଏ ଏବଂ ତା’ଭିତରେ କି ରହସ୍ୟ ରହିଛି ତାହା ଜାଣିବା ଲାଗି ଆପଣଙ୍କୁ ଫିଲ୍ମ ‘ଡାର୍ଲିଂ’ ରିଲିଜ୍ ହେବାଯାଏଁ ଅପେକ୍ଷା କରିବାକୁ ପଡ଼ିବ।
