ଦେଶରେ ପୂର୍ବ 24 ଘଣ୍ଟାରେ ଆସିଲା ରେକର୍ଡ଼ 75 ହଜାର ନୂଆ ମାମଲା, ଏପର୍ଯ୍ୟନ୍ତ 60 ହଜାର ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ସଂକ୍ରମଣ ମାମଲା ସବୁଠାରୁ ବଡ ଡେଇଁବା ଦେଖାଦେଇଛି । ଗୋଟିଏ ଦିନରେ 75 ହଜାରରୁ ଅଧିକ କରୋନା ମାମଲା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରେ 75,760 ନୂତନ ରୋଗୀ ଚି଼ହ୍ନଟ ହୋଇଛନ୍ତି ଏବଂ 1023 ଜଣଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଅଗଷ୍ଟ 22 ରେ ଭାରତରେ ରେକର୍ଡ 69,878 କରୋନା ମାମଲା ରିପୋର୍ଟ ହୋଇଥିଲା । ତେବେ ବିଗତ ଦିନରେ ଯଥାକ୍ରମେ ଆମେରିକା ଏବଂ ବ୍ରାଜିଲରେ 43,948 ଏବଂ 47,828 ନୂତନ ମାମଲା ରିପୋର୍ଟ ହୋଇଛି ।

ବର୍ତ୍ତମାନ ଦେଶରେ ସଂକ୍ରମିତ ମୋଟ କରୋନା ସଂଖ୍ୟା 33 ଲକ୍ଷ 10 ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ 60,472 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 25 ହଜାରକୁ ବୃଦ୍ଧି ପାଇଛି ଏବଂ 25 ଲକ୍ଷ 23 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।

ଆକ୍ଟିଭ କେସ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ ମାମଲା ରହିଛି । ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ