ମେଷ: ଅଭିଭାବକଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ । ମଧୁରଭାଷୀ ହୋଇପାରନ୍ତି । କୌଣସି ଶୁଭ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ । ପ୍ରେମ ସମ୍ପର୍କ ଭଲ ରହିଛି ।
ବୃଷ: ମନ ପ୍ରସନ୍ନ ରହିବ ଓ ଭାଗବତ ପ୍ରେମି ହେବେ । ବୃଦ୍ଧିବଳରେ ଉନ୍ନୟନ କାର୍ଯ୍ୟ ହାତକୁ ଆଣିପାରନ୍ତି । ବ୍ୟବସାୟରୁ ଅଧିକ ଧନଲାଭ ହେବ । ପ୍ରେମ ସମ୍ୱନ୍ଧରେ ମୁଣ୍ଡ ନପୁରାଇବା ଭଲ ।
ମିଥୁନ: ସରକାରୀ ସ୍ତରରେ ସମ୍ମାନିତ ହେବେ । ନୀରାମୟ ଜୀବନ ଯାପନ କରିପାରନ୍ତି । ବିଭିନ୍ନ ଦିଗରୁ ସହଯୋଗ ଓ ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।
କର୍କଟ: ସଫଳତା ଲାଭ କରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଚଞ୍ଚଳମନା ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପରକୁ ଆପଣାର କରିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ଭଲ କରିବେ ।
ସିଂହ: ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତ୍କାର ହେବ । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ ।
କନ୍ୟା: ଭାଗ୍ୟଶାଳୀ ଏବଂ ଭୋଗ-ବିଳାସରେ ଅତିବାହିତ ହୋଇପାରେ । ବ୍ୟବସାୟରେ ଲାଗିରହିଥିବା ବିବାଦ ସମାପ୍ତ ହେବ । ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ ।
ତୁଳା: ଅର୍ଥାଗମର ସୂଚନା ରହିଛି । କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।
ବିଛା: ବନ୍ଧୁ ସହୋଦରଙ୍କ ଠାରୁ ସହାୟତା ମିଳିବ । ମିଳିଥିବା ସୁଯୋଗକୁ ହାତଛଡା ନ କରିବା ଭଲ । ମହିଳାମାନଙ୍କ ଲାଗି ଦିନଟି ଭଲ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।
ଧନୁ: ବଦଖର୍ଚ୍ଚୀ ହୋଇପାରନ୍ତି । ଦୀର୍ଘ ଦିନର ବନ୍ଧୁତା ପ୍ରେମ ସଂପର୍କରେ ବଦଳି ପାରେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ରାନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ଅଣ୍ଟା ଭିଡି ପାରନ୍ତି ।
ମକର: ଆଶା କରୁଥିବା ଦିଗରୁ ଫଳ ପାଇବେ । ନିଜର ସାମର୍ଥ୍ୟ ବଳରେ ସବୁ କାମ ସ˚ପୂର୍ଣ୍ଣ କରିନେବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।
କୁମ୍ଭ: କର୍ମଚଞ୍ଚଳ ରହିବେ । ଅଟକିଥିବା କାମ ଆଗକୁ ଗତି କରିବ । ଆକସ୍ମିକ ଧନଲାଭର ସୁଚନା ମିଳୁଛି । ବିଭିନ୍ନ ଦିଗରୁ ସହାୟତା ମିଳିବ । ପ୍ରେମ ସମ୍ୱନ୍ଧରେ ପ୍ରଗାଢତା ଆସିବ ।
ମୀନ: ଆଜି ମେଳାପୀ ଓ ଉଦାର ପ୍ରକୃତିର ହେବେ । ନୂଆ କାମ ପାଇଁ ଦୂର ସ୍ଥାନକୁ ଯିବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକର୍ମରେ ମନୋନିଵେଶ ଲାଗିବ ।