ଗୁଜୁରାଟର ଜିଲ୍ଲା ମୁଖ୍ୟାଳୟ ଦାହୋଦରେ ବସ୍ ସହ ଧକ୍କା ହେବା ପରେ ଜଣେ ବ୍ୟକ୍ତି ଚମତ୍କାର ଭାବରେ ବାଲ ବାଲ ବଞ୍ଚି ଯାଇଥିଲେ । ଘଟଣା ଦାହୋଦର ଗୋଧରା ରୋଡର ଝାଲୋଦ ରାଜପଥରେ ସୋମବାର ଅପରାହ୍ନରେ ଘଟିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦର୍ଶାଯାଇଛି ଯେ ଏହି ବ୍ୟକ୍ତି ଦୁର୍ଘଟଣାରୁ କିପରି ବଞ୍ଚି ଯାଇଛନ୍ତି ଯେଉଁଥିରେ ତାଙ୍କ ଜୀବନ ମଧ୍ୟ ଯାଇଥାନ୍ତା । 48 ସେକେଣ୍ଡ୍ କ୍ଲିପ୍ ରେ, ଏକ ରାଜ୍ୟ ପରିବହନ ବସ୍ ତୀବ୍ର ବେଗରେ ବୁଲୁଥିବାର ଦେଖାଯାଏ ଏବଂ ଏକ ବାଇକ୍ ଆରୋହୀ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି । ବ୍ରେକ୍ ଲଗାଇବା ପୂର୍ବରୁ ମଧ୍ୟ ବାଇକ୍ ଆରୋହୀ ବସ୍ ତଳକୁ ଆସିଯାଇଥିଲେ । ସେ ମୋଟରସାଇକେଲରୁ ଖସିପଡି ବସ୍ ତଳେ ଅଟକି ଯାଇଥିଲେ ।
ସୌଭାଗ୍ୟବଶତଃ ବସ୍ ଅଟକି ଯାଇଥିଲା ଯାହା ପରେ ବ୍ୟକ୍ତି ବସ ତଳୁ ପଦାକୁ ଆସିଥିଲେ । ସେ ଆରାମରେ ଠିଆ ହୋଇଥିଲେ ଏବଂ ନିଜ ବାଇକ୍ ଯାଞ୍ଚ କରିବାକୁ ଯାଇଥିଲେ । ଅନ୍ୟ ଜଣେ ବାଇକ ଆରୋହୀ ମୋଟରସାଇକେଲ ଉଠାଇ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ 60 ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି ।