ଭୁବନେଶ୍ୱର : ଓଡ଼ିଶାର ଜଣେ ସାହସୀ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଅରିନ୍ଦମକୁ ହରାଇ ଝୁରୁଛି ଗାଁ ମାଟି । କେନ୍ଦୁଝର ପାଟଣା ଥାନା ରାଜନଗର ପଞ୍ଚାୟତର ପୈତୃକ ଗାଁ ରାଇକଳା ନିକଟ ବୈତରଣୀ ନଦୀକୂଳ ସ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଏହି ସମୟରେ ଲୋକାରଣ୍ୟ ହେବା ସହ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ସାରା ଗାଁ ।

ସୂଚନାଯୋଗ୍ୟ, ଗତକାଲି କଟକର ମୁଣ୍ଡୁଳିଠାରେ ଏକ ଦନ୍ତାହାତୀକୁ ବଞ୍ଚାଇବା ମିସନ୍ (ମିସନ ଗଜରାଜ)ରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍ର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁଙ୍କର ଜୀବନ ଯାଇଥିଲା ।