ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁରେ କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଅଛି । ମୃତ ଯୁବକ ଜଣକ ହେଉଛନ୍ତି ବସୋଇ ଗାଁର ଗୋଠବୁରୀ ସାହିର ବିରଞ୍ଚି ସାହୁ, ବୟସ 42 । ବିରଞ୍ଚି ଗତ କାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ କୂଅରେ ଖସି ପଡ଼ିଥିଲେ ।

ତେବେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଆଜି ସକାଳୁ ତାଙ୍କ ମୃତ ଦେହ ଏକ କୂଅରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏ ନେଇ ପରଜଙ୍ଗ ଅଗ୍ନିଶମ ବାହିନୀ ଖବର ପାଇବା ପରେ ମୃତ ଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଏ ନେଇ ସମଗ୍ର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
