ନୂଆଦିଲ୍ଲୀ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 1270 ଲୋକ ଓମିକ୍ରନ୍ ବେରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ବେରିଏଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ଦେଶରେ 23 କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି । ଏହା ପରେ କେରଳ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ 450 ଓମିକ୍ରନ୍, ଦିଲ୍ଲୀରେ 320 ଏବଂ କେରଳରେ 109 ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଏହି 1270 ଜଣଙ୍କ ମଧ୍ୟରୁ 374 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏଠାରେ ଦେଖନ୍ତୁ କେଉଁ ରାଜ୍ୟରୁ କେତେ ସଂକ୍ରମିତ –

