ନୂଆଦିଲ୍ଲୀ : କରୋନାର ନୂତନ ପ୍ରକାର ଓମିକ୍ରନ୍ ବିଷୟରେ କହିବାକୁ ଗଲେ, ଭାରତରେ ଏହାର ରୋଗୀଙ୍କ ସଂଖ୍ୟା 1892 ରେ ପହଞ୍ଚିଛି । ପୂର୍ବ ଦିନ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା 1700ରେ ରହିଥିଲା । ଏହି ସମୟରେ ଏହି ପ୍ରକାରରୁ 766 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ବେରିଏଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ଦେଶରେ 23 କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଓମିକ୍ରନର ସର୍ବାଧିକ 568 ରୋଗୀ ଥିବାବେଳେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ସମୁଦାୟ 382 ଟି ମାମଲା ରୁଜୁ ହୋଇଛି ଏବଂ କେରଳ ତୃତୀୟ ସ୍ଥାନରେ, ଯେଉଁଠାରେ ସମୁଦାୟ 185 ମାମଲା ଆସିଅଛି ।
ଏଠାରେ ଦେଖନ୍ତୁ କେଉଁ ରାଜ୍ୟରୁ କେତେ ସଂକ୍ରମିତ –

