ରିପୋର୍ଟ- ସୁନୀଲ କୁମାର ନାୟକ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଅଛି । ବିଳମ୍ବିତ ରାତି ସମୟ ପ୍ରାୟ 1ଟା ପରେ କାମାକ୍ଷାନଗର 2 ନଂ ଓ୍ବାର୍ଡ ମଢ଼ି ସାହିରେ ଥିବା ବାସଭବନ ଠାରେ ଗାଡି ଉପରକୁ ତିନୋଟି ବୋମା ମାଡ଼ କରି କେହି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି ।

ଯାହା ଫଳରେ ଗାଡିର ପଛ କାଚ ସମ୍ପୂର୍ଣ ଭାଙ୍ଗି ଯାଇ ଥିବା ବେଳେ, ଘଟଣା ସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି । ତେବେ ଏ ନେଇ କାମାକ୍ଷାନାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି ।
