ରିପୋର୍ଟ- ରାକେଶ ଚନ୍ଦ୍ର ପରିଡା
ପରଜଙ୍ଗ: ଅନଗୋଳ ସଂଯୁକ୍ତ ସେବା ସମବାୟ ବ୍ୟାଙ୍କ ଲିଃ, ଅନଗୋଳ ( AUCCB) ପରିଚାଳନା ପରିଷଦ C – 10 ର ନିର୍ବାଚନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାରିହାପୁର ଗ୍ରାମର ବିଜେଡି ଦଳର ପ୍ରାର୍ଥୀ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ ଡିରେକ୍ଟର ଭାବେ 37 ଖଣ୍ଡ ଭୋଟରେ ନିକଟତର ପ୍ରତିଦ୍ବନ୍ଦୀ ବିଜେପି ଦଳର ରମେଶ ସାମଲଙ୍କ ଠାରୁ ନିର୍ବାଚିତ ହୋଇଛନ୍ତି l

ସେ ଡିରେକ୍ଟର ହେବା ପରେ ଢେଙ୍କାନାଳ ଓ ଅନଗୋଳ ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ସେବା ସମବାୟ ବ୍ୟାଙ୍କ ସଭାପତି ତଥା ସମ୍ପାଦକ ଡିରେକ୍ଟର ସମସ୍ତ ସଦସ୍ୟ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ କୃଷକ ବନ୍ଧୁଙ୍କୁ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି l
ଏଥି ସହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡା଼ ନୃସିଂହ ଚରଣ ସାହୁ, ମାନ୍ୟବର ମନ୍ତ୍ରୀ ତଥା ପ୍ରଫୁଲ ମଲ୍ଲିକ, ମାନ୍ୟବର ଉପ ବାଚସ୍ପତି ରଜନୀ କାନ୍ତ ସିଂହ, ମାନ୍ୟବର ଢେଙ୍କାନାଳ ଜିଲ୍ଲା ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାଏକ, ବିଧାୟକ ମୁକେଶ କୁମାର ପାଲ, ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟକ ସୁଶାନ୍ତ କୁମାର ବେହେରା, ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜସ୍ବ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଅନଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି, ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ ରାୟ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି l
