ଭୁବନେଶ୍ବର: ଆଜି ବହୁ ପ୍ରତୀକ୍ଷିତ ପଦ୍ମପୁର ଉପନିର୍ବାଚନ ପାଇଁ ସରିଛି ଭୋଟ ଗଣତି । ଏଠାରେ ବିଜେପିକୁ ବାଜିମାତ ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ହୋଇଛନ୍ତି ପଦ୍ମପୁରର ନୂଆଁ ବିଧାୟକ । ବରିହାଙ୍କୁ 1,20,807 ଖଣ୍ଡ ଭୋଟ୍ ମିଳିଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 78,128 ଖଣ୍ଡ ଭୋଟ୍ ମିଳିଛି । ଯାହା ଫଳରେ 42,679 ଭୋଟ୍ ବ୍ୟବଧାନରେ ବରିହା ବିଜୟୀ ହୋଇଛନ୍ତି । ତେବେ ପଦ୍ମପୁରର 2087 ଜଣ କୌଣସି ପ୍ରାର୍ଥୀଙ୍କୁ ପସନ୍ତ କରିନଥିବା ଜଣାପଡିଛି । ଅର୍ଥାତ ନିର୍ବାଚନରେ 10 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ କାହାରିକୁ ଭୋଟ୍ ଦେଇ ନାହାନ୍ତି ।

ସେହିପରି ପଦ୍ମପୁର ଉପନିର୍ବାଚନରେ କଂଗ୍ରେସକୁ 3594, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରାର୍ଥୀ ବିଦ୍ୟାଧର ପାଣ୍ଡବଙ୍କୁ 342, ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ବର ଦାଶଙ୍କୁ 266, ସ୍ବାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ 399, ଗଂଗାଧର ସାହାଙ୍କୁ 397, ଦେବାର୍ଚ୍ଚନ ନାଏକଙ୍କୁ 511, ବୃନ୍ଦାବନ ପୁରୋହିତଙ୍କୁ 574 ଓ ଶେଷଦେବ ସାହୁଙ୍କୁ 1168 ଖଣ୍ଡ ଭୋଟ୍ ମିଳିଛି ।