ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅନ୍ତର୍ଗତ ମୁକ୍ତାପସି ମା ଲଣ୍ଡବିରି ଠାକୁରାଣୀଙ୍କ ପ୍ରାଙ୍ଗଣରେ ଗୁରୁବାର ପଞ୍ଚାୟତ ସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ମୁକ୍ତାପସି ସରପଞ୍ଚ ସସ୍ମିତା ସାହୁଙ୍କ ଆହ୍ୱାନକ୍ରମେ ଏଥିରେ ମୁକ୍ତାପସି, ପଥରଖମ୍ବ ଓ ଜୟପୁରା କାଟେଣୀ ପଞ୍ଚାୟତରୁ ପ୍ରାୟ 31 ସଂକୀର୍ତନ ମଣ୍ଡଳୀ ନିଜ ନିଜର କୀର୍ତନ କଳାକୁ ପ୍ରଦର୍ଶନ କରିଥିଲେ ।

ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦେଇ କହିଥିଲେ କି “ମୋର ରାଜନୈତିକ କ୍ୟାରିୟର ଭିତରେ ଏଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଥମ କରି ହେଉଛି ଏ ନିର୍ବାଚନ ମଣ୍ଡଳୀରେ । ସେଥିପାଇଁ ମୁଁ ଆତ୍ମିକ ଏବଂ ଉତ୍ଫୁଳିତ । ଆଗରୁ ଆମେ ଦେଖିଥିଲେ ଯେ ପୁରୁଷମାନେ ସଂକୀର୍ତନ କରିଥାନ୍ତି କିନ୍ତୁ ଏବେ ଦେଖାଯାଉଛି ଯେ ନାରୀମାନେ ମଧ୍ୟ ସଂକୀର୍ତନ କରୁଛନ୍ତି । ଆଗରୁ ଯେଉଁ ଚିନ୍ତାଧାରା ଥିଲା ଯେ କେବଳ ପୁରୁଷମାନେ ସବୁ କାମ କରିପାରିବେ, ନାରୀ ତଳେ ରହିବ ସେ ସବୁ ଚିନ୍ତାଧାରା ଆସ୍ତେ ଆସ୍ତେ ଏବେ ଦୂର ହେଉଛି । ନାରୀମାନେ ପ୍ରତେକ କ୍ଷେତ୍ରରେ ଆଗକୁ ଯାଉଛନ୍ତି ।”

ସମ୍ମାନିତ ଅତିଥି ଭାବରେ ରାଜ୍ୟ କଳା ସଂସ୍କୃତି ସଙ୍ଘ ଓଡିଶା ଉପସଭାପତି ଅବନୀ ମିଶ୍ର, ପରଜଙ୍ଗ ବିଡ଼ିଓ ସଂଗ୍ରାମ କେଶରୀ ଭୋଳ, କଳା ସଂସ୍କୃତି ସଙ୍ଘ ପରଜଙ୍ଗ ଉପସଭାପତି ପ୍ରଭାକର ନାଥ ଯୋଗ ଦେଇଥିଲାବେଳେ ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କଳା ସଂସ୍କୃତି ସଙ୍ଘ ଭୁବନ ଅଶୋକ ସାମଲ, 2ନଂ ଜୁନ ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ଆଡ଼ଭୋକେଟ ପ୍ରେମାନନ୍ଦ ସାହୁ ଏବଂ ପଥରଖମ୍ବ ସରପଞ୍ଚ ବଳରାମ ସାହୁ ଉପସ୍ଥିତ ରହି କଳାପ୍ରେମୀମାନଙ୍କୁ ଉତ୍ସାହିତ କରିଥିବାବେଳେ ପାଲା ଗାୟକ ତଥା ଓଡ଼ିଆ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ମହୋଦୟ ମଞ୍ଚକୁ ସଂଚାଳନ କରିଥିଲେ ।

ସୂଚନା ଥାଉକି, ଏଥିରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରି କଳା ସଂସ୍କୃତିକୁ କିପରି ଆହୁରି ଆକର୍ଷଣୀୟ କରି ହେବ ଏବଂ ଏକ ଗୃହ ନିର୍ମାଣର ବ୍ୟବସ୍ଥା କରାଯିବା ପାଇଁ ସଂଘ ପକ୍ଷରୁ କୁହାଯାଇଥିଲା । ଏତଦବ୍ୟତିତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ କାର୍ଯ୍ୟାଳୟଠାରେ ଏକ ଗୃହ ଯୋଗାଇ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।