ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କ ପୌରହିତ୍ୟରେ ମଙ୍ଗଳବାର ଓ ବୁଧବାର 2ଦିନ ଧରି ବିଶ୍ଵ ଜଙ୍ଗଲ ଓ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ପାଣି ,ପବନ,ଉଦ୍ଭିଦ ବିନା ପ୍ରାଣୀ ଜଗତ ବଞ୍ଚି ରହିବା ଅପରିହାର୍ଯ୍ୟ ଅଟେ ।

ମଙ୍ଗଳବାର ବିଦ୍ୟାଳୟରେ ବିଶ୍ଵ ଜଙ୍ଗଲ ଉପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା କରାଯାଇଥିଲା । ସେହିପରି ବୁଧବାର ପୂର୍ବାହ୍ନ ସାଢେ଼ 10 ଘଟିକା ସମୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କ ତତ୍ବାବଧାନରେ ଓ ସହକାରୀ ଶିକ୍ଷୟତ୍ରୀ ସସ୍ମିତା ନନ୍ଦ, ସ୍ନିଗ୍ଧାରାଣୀ ପାଣି, ସଂଜୁଲତା ନାଏକ, ମନୋରଞ୍ଜନ ବାରିକ, ଦିଲ୍ଲୀପ କୁମାର ମହାପାତ୍ର ଓ ବ୍ରଜ କିଶୋର ମହାପାତ୍ରଙ୍କ ସହଯୋଗରେ ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀ ହାତରେ ବ୍ୟାନର ପ୍ଲାକାର୍ଡ ଧରି ଏକ ରାଲି ବାହାରି ବ୍ଲକ ରାସ୍ତାରେ ଜଙ୍ଗଲ ଓ ଜଳ ଉପରେ ସ୍ଳୋଗାନ ଦେଇ ଜନସଚେତନ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ପରଜଙ୍ଗ ବଜାର ପରିକ୍ରମା କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
