ପରଜଙ୍ଗ : କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର ଏହି ଉକ୍ତିଟିକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଭିର୍ନକ୍ଷମ ଚାଷୀ l ଢିପ ଜମିରେ ସୁନାର ଫସଲ ଫଳାଇ ଜଣେ ଭିର୍ନକ୍ଷମ ହୋଇଥିଲେ ମଧ୍ୟ ସେ ସଫଳ ଚାଷୀ ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି l ଏକର ଏକର ଜମିରେ ସବୁଜ ପନିପରିବା କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଆଉ 10 ରୁ 15 ଜଣ ଲୋକଙ୍କୁ ରୋଜଗାର ଯୋଗାଇ ଦେଇପାରୁଛନ୍ତି l

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମ ପଞ୍ଚାୟତର କଟାବାହାଳ ଗ୍ରାମର ବିଭୁତି ପ୍ରଧାନଙ୍କ ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ଆଗରେ ହାର ମାନିଛି ତାଙ୍କର ଭିର୍ନକ୍ଷମତା l ତାଙ୍କର ହାତ ଭିର୍ନକ୍ଷମ ହେଲେ ମଧ୍ୟ ପ୍ରାୟ 13 ଏକର ଜମିରେ ବାଇଗଣ, ଟମାଟୋ, କାକୁଡି, ଭେଣ୍ଡି, ତରଭୁଜ, କଖାରୁ, କାଶ୍ମୀର ଲଙ୍କା, ଧୋଡଙ୍ଗ ଏବଂ ବିଦେଶୀ (ଟାଇଲାଣ୍ଡ) କୁଳି ଲଗାଇ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛିଛନ୍ତି l

ଲାଲ ଟହ ଟହ ଟମାଟୋ ଦେଖିଲେ ସତେ ଯେମିତି ଆଖି ଲାଖି ଯାଉଛି, କେବଳ ଟମାଟୋର କଥା ନୁହେଁ ସବୁଜ ରଙ୍ଗର ଭଳିକି ଭଳି ପନି ପରିବା ମଧ୍ୟ ଫଳିଛି l ଜମିରେ ବିଭିନ୍ନ ସ୍ଥାନରେ ଲାଗିଛି ସୁଲାର ସ୍ପିଙ୍କଲର ପାଇପ, ସୁଇଚି ମାରିଲେ ମାଡୁଛି ଆପେ ଆପେ ପାଣି, ଉର୍ନତମାନର ଜ୍ଞାନ କୌଶଳରେ ଚାଷ ଚାଲିଛି l ବିଭିନ୍ନ ସ୍ଥାନରୁ ବେପାରୀ ଆସି ପନିପରିବା ନେଇ ଯାଉଛନ୍ତି l ତେବେ ଗ୍ରାମରେ ଯୁବ ପିଢ଼ିଙ୍କ ପାଇଁ ନିଜେ ଭିର୍ନ କ୍ଷମ ହୋଇ ମଧ୍ୟ ବେସାହାରା ପରିବର୍ତ୍ତେ ଜଣେ ସଫଳ ଚାଷୀ ହବା ଉଦାହରଣ ପାଲଟିଛନ୍ତି l

ତେବେ ଏଇଠି କହିବାକି, ସରକାରଙ୍କ ପାଖରୁ ଚାଷ ସମ୍ୱନ୍ଧୀୟ ଅନ୍ୟ ଆନୁସଙ୍ଗିକ ଜିନିଷପତ୍ର ସହ ଆହୁରି ନୂତନ ଜ୍ଞାନ କୌଶଳ ଯୋଗାଇ ଦିଆଗଲେ ସେ ଆହୁରି ଉର୍ନତ ମାନର ଚାଷ ତିଆରି କରି ପାରିବେ ବୋଲି ଶ୍ରୀ ପ୍ରଧାନ କୁହନ୍ତି l
