ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାସ ସରକାରି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଖ ରାସ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଗଣଧାରଣା । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଥିଲେ ବହୂ ଛାତ୍ର ଛାତ୍ରୀ ଓ ଅଭିଭାବକ । ସ୍କୁଲରେ 8 ଟି ଶ୍ରେଣୀରେ ମୋଟ 82 ଜଣ ଛାତ୍ରଛାତ୍ରୀ ଅଧ୍ୟାୟନ କରୁଥିବାବେଳେ ଶିକ୍ଷକ ମାତ୍ର 4 ଜଣ ।

ବାସ୍ତବରେ ଗତ ସୋମବାର ଦିନ ଛାତ୍ର ମାନେ ବାଲି ଉଠାଓ ଥିବାର ଭିଜୁଆଲ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଘଟଣାରେ ପ୍ରଧାନଶିକ୍ଷକ ମଧୁସୂଦନ ସାହୁଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ । ତେବେ ଆଉ 3 ଶିକ୍ଷକ ଶିକ୍ଷାଦାନ କରନ୍ତି, 8 ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେବ । ଯାହା ଫଳରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
ଆଜି ବୁଧବାର ଦିନ 10 ଟା ଠାରୁ 2.30 ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏବଂ ଅବିଭାବକ ମାନେ ସ୍କୁଲ ପାଖ ରାସ୍ତାରେ ଧାରଣାରେ ବସିଥିଲେ । ଏପରିକି ସ୍କୁଲ ଭିତରକୁ ଶିକ୍ଷକଙ୍କୁ ମଧ୍ୟ ଛାଡିନଥିଲେ । ଧାରଣା ସ୍ଥଳରେ ଆମର ଦରକାର ମଧୁ ସାର ବୋଲି ନାରାବାଜି ହୋଇଥିଲା ।

ତେବେ ଖବର ପାଇ ପ୍ରଥମେ ଏ ବି ଇ ଓ ଏବଂ ପରେ ବି ଇ ଓ ଆସିବା ପରେ ଶିକ୍ଷକ ନିଲମ୍ବିତ ସ୍ଥାନରେ ଅନ୍ୟ ଜଣକୁ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିସ୍ମୃତି ଦେଇଥିଲେ l ଏବଂ ପରେ ପରଜଙ୍ଗ ପୋଲିସ ବୁଝା ସୁଝା ପରେ ରାସ୍ତାରୁ ଉଠିଥିଲେ l ଏ ନେଇ ପୂର୍ତ୍ତ ବିଭାଗ ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଥିଲା l

ସୂଚନା ଥାଉକି, ଷ୍ଟାଫ କମ ଥିବା ନେଇ ଅଭିଭାବକ ଏବଂ ସ୍କୁଲ କମିଟି ତରଫରୁ ପୁର୍ବରୁ ବାରଂମ୍ବାର ବ୍ଲକ ଶିକ୍ଷାଧିକାରିଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ବୋଲି ମଧ୍ୟ କହିଛନ୍ତି ।