ପରଜଙ୍ଗ : ଆଜି ହେଉଛି ଏପ୍ରିଲ 1 ଉତ୍କଳ ଦିବସ । ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରାରାଜ୍ୟ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜିର ଦିନ 1936 ମସିହାରେ ମିଳିଥିଲା ମାନ୍ୟତା । ତେବେ ଏହି ଅବସରରେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବଡଝରା ଗ୍ରାମରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା ପକ୍ଷରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର (ଅମୃତ ବିନ୍ଦୁ) ବଡଝରା ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଯେଉଁ କାର୍ଯ୍ୟକ୍ରମରେ ଢେଙ୍କାନାଳ ଓଡିଶା ବ୍ଲଡ଼ ସେଣ୍ଟରର ଡାକ୍ତର ସ୍ୱରୂପ ରଞ୍ଜନ ସାହୁ ଏବଂ ଷ୍ଟାଫମାନେ ଆସି ମୋଟ 38 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ l

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡଝରା ପଞ୍ଚାୟତ ସମିତିସଭ୍ୟ ଭୃଗୁବର ସାହୁ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ସେଇଭଳି ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ସଦସ୍ୟାବୃନ୍ଦ, ବଡଝରା ଗ୍ରାମର ଯୁବକମାନେ ଉପସ୍ଥିତ ରହିଥିବାବେଳେ ଆଖପାଖ ଅଞ୍ଚଳର କିଛି ଯୁବକ ଏହି ରକ୍ତଦାନ ଶିବିରରେ ଅଂଶ ଗ୍ରହଣ କରିଥିଲେ ।
