ତାତିରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଏବେ ଅସହ୍ୟ ଗୁଳୁଗୁଳି ଓ ତାତିରୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବାକୁ ଯାଉଛି । ଆସନ୍ତା 10 ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା 2-3 ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବିଭାଗ ମୁତାବକ, ସାଧାରଣ ଭାବେ ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ । ଏବେ ରାଜ୍ୟକୁ ମୌସୁମୀ ଆସିବା ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳରେ ପହଞ୍ଚିଥିଲା । ସେହିପରି ରାଜ୍ୟରେ ଆଗାମୀ 4 ଦିନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବଢ଼ିବାର ସମ୍ଭାବନା ରହିଛି । ବଲାଙ୍ଗିର, ବରଗଡ଼, ନୂଆପଡ଼ା ଆଦି ଜିଲ୍ଲାମାନଙ୍କରେ 5 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ହେବା ନେଇ ଆକଳନ କରାଯାଇଛି । ସେହିପରି ଆଜି ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।


ସେୟାର କରନ୍ତୁ