ରାଜ୍ୟରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳମାନେ ନେବେ ନିଷ୍ପତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି ଖୋଲିବ କି ନାହିଁ ‌ଏନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ପାଗ ଅନୁକୂଳ ଥିଲେ ପିଲାମାନେ ସକାଳ ସାଢ଼େ 6ଟାରୁ ବିଦ୍ୟାଳୟକୁ ପଢ଼ିବାକୁ ଯିବେ । ପୂର୍ବାହ୍‌ଣ ସାଢ଼େ 10ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ନିର୍ଦ୍ଦେଶ ଆଗାମୀ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସୂଚନାଯୋଗ୍ୟ, ଗତ ଏପ୍ରିଲ 25 ତାରିଖ ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସ୍କୁଲ ଗୁଡ଼ିକ ଜୁନ 17 ତାରିଖ ଯାଏଁ ଛୁଟି ଘୋଷଣା କରିଥିଲେ । ଏହି ଆଧାରରେ ଆସନ୍ତାକାଲି (ଜୁନ 18) ବିଦ୍ୟାଳୟଗୁଡ଼ିକ ଖୋଲିବା କଥା । କିନ୍ତୁ ଏବେବି ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ଜାରି ରହିଛି । ତେଣୁ ବିଭିନ୍ନ ମହଲରୁ ଗ୍ରୀଷ୍ମଛୁଟି ବଢ଼ାଇବା ପାଇଁ ଦାବି ହୋଇଛି ।


ସେୟାର କରନ୍ତୁ