ନନ୍ଦନକାନନ: ଆଖି ବୁଜିଲା ବାଘୁଣୀ ‘ସାରା’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳିଯାଇଛି । ବାଘୁଣୀ ‘ସାରା’ ଆଖି ବୁଜିଛି । ଗୁରୁବାର ଭୋର 4ଟା 42 ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ‘ସାରା’କୁ 19 ବର୍ଷ (18 ବର୍ଷ ଏକମାସ) ବୟସ ହୋଇଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ।

‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । କିଛିଦିନ ହେବ ‘ସାରା’ ଠିକ୍ ଭାବେ ଖାଦ୍ୟ ଖାଉ ନ ଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା ।

ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ 2009ରେ ବାଘୁଣୀ ‘ସାରା’ ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା । ‘ସାରା’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା 26କୁ ଖସି ଆସିଛି ।


ସେୟାର କରନ୍ତୁ