ନିଜ ବାଡ଼ିରୁ ମଧ୍ୟ ତାଳ ଗଛ କାଟିଲେ ନେବେ ଅନୁମତି, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଏଣିକି ବିନା ଅନୁମତିରେ ତାଳଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନବିଭାଗଠାରୁ ବିନା ଅନୁମତିରେ ନିଜ ବାଡ଼ିରୁ ମଧ୍ୟ ତାଳ ଗଛ କାଟିପାରିବେ ନାହିଁ । ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ସୂଚନା । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି ।

ବଜ୍ରପାତରୁ ରକ୍ଷା ପାଇବାକୁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ରାଜ୍ୟରେ ତାଳଗଛ ଲଗାଯିବ । ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ 2023 ସେପ୍ଟେମ୍ବର ମାସରେ ନିଷ୍ପତ୍ତି ହୋଇଥିଲା । ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି । ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ 2024-25 ଆର୍ଥିକ ବର୍ଷରେ ରାଜ୍ୟରେ 19 ଲକ୍ଷ ତାଳଗଛ ଲଗାଯିବ । ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।


ସେୟାର କରନ୍ତୁ