ବିଦ୍ୟୁତ ସବ ଷ୍ଟେସନ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପରଜଙ୍ଗ ବିଧାୟକ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରାହାବେରଣୀ ର ମୁକ୍ତାପସି ସ୍ଥିତ କେନାଲ ପାଖ 33/11 କେଭି ବିଦ୍ୟୁତ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ l ଏହି ଅଞ୍ଚଳରେ ଦୀର୍ଘ ଦିନର ବିଦ୍ୟୁତ ସମସ୍ୟା ରହି ଆସୁଥିବା ବେଳେ ଏଥର 33/11 କେଭି ସବ ଷ୍ଟେସନ ହେଲେ ଜନ ସାଧାରଣ ଠିକ ଭାବରେ ବିଦ୍ୟୁତ ପାଇ ପାରିବେ ବୋଲି ଆଶା କରାଯାଉଛି l

ତାଳଚେର ଚାଇଁପାଳ ରୁ 33 କେଭି ବିଦ୍ୟୁତ ଆସୁଧିବା ନେଇ ବାଟରେ ବିଭିର୍ନ ସମସ୍ୟା କାରଣରୁ ଠିକ ଭାବରେ ବିଦ୍ୟୁତ ପାଇ ପାରୁନଥିବା କାରଣରୁ ଲୋକମାନେ ବହୂ ସମସ୍ୟା ଦେଖା ଯାଉଥିଲା l ଏନେଇ ଏହି ସବ ଷ୍ଟେସନ ରେ କାମାକ୍ଷାନଗର ରୁ ସଂଯୋଗ ହେଲେ ଦୁଇଟି ଗ୍ରୀଡ଼ ଆଉ ଗୋଟେ ସବ ଷ୍ଟେସନ ପରଜଙ୍ଗ ରେ ହେଲା ପରେ ନିଶ୍ଚିତ ଭାବରେ ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ବିଧାୟକ କହିଥିଲେ l

ଏହି କାର୍ଯ୍ୟକ୍ରମ ରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପରଜଙ୍ଗ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶସ୍ବୀନ ରାଉତ, ପ୍ରୋଜେକ୍ଟ ଏଚଓଡି ଢେଙ୍କାନାଳ ରାଜୀବ ତ୍ରିପାଠୀ ସମେତ ପରଜଙ୍ଗ ଇଲେକ୍ଟ୍ରିକ ଏସ. ଡିଓ, ଜେ.ଇ ଓ ଅନ୍ୟାନ୍ୟ ବିଦ୍ୱତ କର୍ମଚାରୀ ଓ ଜନ ସାଧାରଣ ମାନେ ମଧ୍ୟ ଉପସ୍ଥିତ ଥିଲେ l


ସେୟାର କରନ୍ତୁ