ବାରିହାପୁର ଆଦର୍ଶ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବାରିହାପୁର ସରପଞ୍ଚ ସସ୍ମିତା ସାହୁ ପ୍ରମୁଖ ସମ୍ନାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ତେବେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅତିଥି ମାନଂକୁ ଭବ୍ୟ ସ୍ୱାଗତ ଦେଇ ମଞ୍ଚକୁ ପାଛୋଟି ନେବା ସହ, ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଥିଲେ | ତେବେ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ଜଣେ ଜଣେ ଆଦର୍ଶ ବ୍ୟକ୍ତିତ୍ବ ଭାବେ ଅଂଚଳ ତଥା ଦେଶର ନାମ ରଖିବାକୁ ବିଧାୟକ ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଛନ୍ତି ।

ଏହା ସହ ବିଦ୍ୟାଳୟ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଖେଳପଡ଼ିଆ, ହଷ୍ଟେଲ ସମସ୍ୟା ଆଦି ବିଦ୍ୟାଳୟର ଅଧକ୍ଷ୍ୟ ଓ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀଙ୍କ ସହ ବୁଲି ଦେଖିବା ସହ ବିଦ୍ୟାଳୟକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।


ସେୟାର କରନ୍ତୁ