ବିକାଶ ନାଁ’ରେ ବିନାଶ, ଅଧା ପନ୍ତରିଆ ଭାବେ କାର୍ଯ୍ୟ କରୁଛି ଠିକା ସଂସ୍ଥା, ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ଗ୍ରାମବାସୀ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଗାଁ ଗାଁ’କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପରଜଙ୍ଗ ବ୍ଲକରେ ପ୍ରାୟ ଏକ ବର୍ଷ ହେଵ ଆରମ୍ଭ ହୋଇଛି ବୃହତ ମେଗା ପ୍ରକଳ୍ପ କାର୍ଯ୍ୟ l କିନ୍ତୁ ବିକାଶ ନାଁ ରେ ଗାଁ ମଝି କଂକ୍ରିଟ ରାସ୍ତା ଖୋଳି ମାସ ମାସ ଧରି ଅଧା ପନ୍ତରିଆ ଭାବେ କାର୍ଯ୍ୟ କରୁଛି ଠିକା ସଂସ୍ଥା l ଯାହାକୁ ନେଇ ଗାଁ ଲୋକଙ୍କୁ ଘରୁ ବାହାରିଲେ ବିପଦ ସଂକୁଳ ଭାବେ ଯାତାୟତ କରିବାକୁ ପଡୁଛି l ବର୍ତମାନ ବର୍ଷାଦିନ ହୋଇଥିବାରୁ ରାସ୍ତାରେ ପାଣି ଜମିଲେ, ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ଗ୍ରାମବାସୀ l

ଖବର ମୁତାବକ, ଏ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାମର୍ଦା ଗାଁ l ଏହି ଗାଁ’କୁ ବୃହତ ମେଗା ପ୍ରକଳ୍ପ ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପାଖାପାଖି 2 ମାସରୁ ଉର୍ଦ୍ଧ ହେବ ଏକ ଘରୋଇ ଠିକାସଂସ୍ଥା ଗାଁ ମଝି କଂକ୍ରିଟ ରାସ୍ତା ଭାଙ୍ଗି ପାଇପ ପକାଇବା ପାଇଁ କାର୍ଯ୍ୟ କରୁଥିଲା l କିନ୍ତୁ ନିୟମ ଅନୁଯାୟୀ ଏକ ମିଟର ଗଭୀର ଭିତରେ ପାଇପ ପକାଇବା ପରିବର୍ତ୍ତେ ଫୁଟେ, ଦେଢ଼ ଫୁଟ ଗଭୀର ଅର୍ଥାତ ଉପରେ ଉପରେ ପାଇପ ପକାଉଥିବାରୁ କାର୍ଯ୍ୟ ବନ୍ଦ କରିଥିଲେ ଗ୍ରାମବାସୀ l

ଏହା ପରେ ଅଧାପନ୍ତରିଆ ଭାବେ ନିମ୍ନମାନର କାର୍ଯ୍ୟ କରି ଫେରାର ହୋଇଯାଇଛି ଉକ୍ତ ଘରୋଇ ଠିକା ସଂସ୍ଥା l ଯାହାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ତେବେ ଏ ନେଇ ସେମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ହୋଇଥିବା କଥା କହିଛନ୍ତି ଗ୍ରାମବାସୀ l ଫଳରେ ବର୍ଷା ପାଇଁ କଂକ୍ରିଟ ରାସ୍ତା ଉପରେ ଗଦା ହୋଇଥିବା ମାଟି ଓ ଖାଲ ଖମା ପାଇଁ ବିପଦ ସଂକୁଳ ଭାବେ ଯାତାୟତ କରୁଛନ୍ତି ଗୃହ ପାଳିତ ପଶୁମାନଙ୍କ ସମେତ ଗ୍ରାମବାସୀ l

ସୂଚନା ଥାଉକି, ତେବେ ଏ ନେଇ ଗ୍ରାମବାସୀ ପରଜଙ୍ଗ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଦେଇଛନ୍ତି ଚେତାବନୀ l ତେବେ ବିକାଶ ନାଁ’ରେ ମନ ଇଚ୍ଛା କାର୍ଯ୍ୟ କରି ଲୋକଙ୍କୁ ବିନାଶ ମୁହଁକୁ ପକାଇଥିବା ଠିକା ସଂସ୍ଥା ଉପରେ କି କାର୍ଯ୍ୟାନୁଷ୍ଠାନ ହେବା ସହ ସମସ୍ୟା ଦୂର ପାଇଁ ସ୍ଥାନୀୟ ବିଡ଼ିଓ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
|


ସେୟାର କରନ୍ତୁ