ରିସର୍ଚ୍ଚରୁ ଖୁଲାସା- ମଣିଷ ଶରୀରରେ ଭରି ରହିଛି ପ୍ଲାଷ୍ଟିକ, ଖାଦ୍ୟ-ପାନୀୟ ଜରିଆରେ ପ୍ଲାଷ୍ଟିକ ଆମ ଶରୀର ଭିତରକୁ ଯାଇଥାଏ

ଜୀବନଚର୍ଯ୍ୟା ଦେଶବିଦେଶ
ସେୟାର କରନ୍ତୁ

ପ୍ଲାଷ୍ଟିକ, ଯାହାକି ଆମର ଚଳଣି ଜୀବନରେ ବର୍ତମାନ ବହୁ ମାତ୍ରାରେ ବ୍ୟବହାର କରୁଅଛେ । ଯାହାକୁ ଏବେ ସାରା ଦେଶରେ ବ୍ୟାନ୍ କରିବା ପାଇଁ ପ୍ରୟାସ ଜାରି ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ମଣିଷ ଶରୀରରେ ମଧ୍ୟ ଭରି ରହିଛି ଏହି ପ୍ଲାଷ୍ଟିକ । ଅତି କ୍ଷୁଦ୍ର ରୂପରେ ମଣିଷ ଶରୀରର ବିଭିନ୍ନ ଅଙ୍ଗରେ ପ୍ଲାଷ୍ଟିକ ଥିବା ଜାଣିବାକୁ ମିଳିଛି । ଏପରିକି ଆମ ମସ୍ତିଷ୍କରେ ମଧ୍ୟ ପ୍ଲାଷ୍ଟିକ ରହିଥିବା ଏକ ରିସର୍ଚ୍ଚରୁ ଖୁଲାସା ହୋଇଛି । ଏହି ମାଇକ୍ରୋ ପ୍ଲାଷ୍ଟିକ ଗୁଡ଼ିକର ଆକାର 5 ମିଲିମିଟରରୁ କମ୍ ବା 1 ନାନୋମିଟର ପର୍ଯ୍ୟନ୍ତ ହୋଇପାରେ । ଖାଦ୍ୟ-ପାନୀୟ ଜରିଆରେ ଏହିସବୁ ପ୍ଲାଷ୍ଟିକ ଆମ ଶରୀର ଭିତରକୁ ଯାଇଥାଏ ।

ଚଳିତବର୍ଷ ବୈଜ୍ଞାନିକମାନେ ମୃତଦେହର ପରୀକ୍ଷଣରେ କିଛି ମସ୍ତିଷ୍କ ନମୁନା ସଂଗ୍ରହ କରି ଏହା ସହିତ ରିସର୍ଚ୍ଚ ଅରମ୍ଭ କରିଥିଲେ । ମଣିଷ ବ୍ରେନରେ କେତେ ମାଇକ୍ରୋପ୍ଲାଷ୍ଟିକ ରହିଛି, ତାହା ଖୋଜିବା ପାଇଁ ଚେଷ୍ଟା କରିଥିଲେ ବୈଜ୍ଞାନିକ । ତେବେ ରିପୋର୍ଟ ଅନୁସାରେ, ଗତ 8 ବର୍ଷ ଭିତରେ ମଣିଷର ମସ୍ତିଷ୍କକୁ ପ୍ରବଳରୁ ପ୍ରବଳ ମାତ୍ରାରେ ପ୍ଳାଷ୍ଟିକ ଖଣ୍ଡ ପହଞ୍ଚିଛି । ମଣିଷ ବ୍ରେନରେ ବର୍ତ୍ତମାନ ପ୍ରାୟ 0.5 ପ୍ରତିଶତ ପ୍ଳାଷ୍ଟିକ ଜମା ହୋଇସାରିଛି, ଯାହା ଆଗକୁ ଖୁବ ବିପଦଜନକ ହୋଇପାରେ ବୋଲି ରିସର୍ଚ୍ଚରୁ ବଡ଼ ଖୁଲାସା ହୋଇଛି । ନମୁନା ତୁଳନାରେ ମଣିଷର ମସ୍ତିଷ୍କରେ ପ୍ଲାଷ୍ଟିକ ଖଣ୍ଡ 50% ଅଧିକ ମିଳିଛି । ବୈଜ୍ଞାନିକମାନେ କହିଛନ୍ତି ଯେ, 45-50 ବର୍ଷ ବୟସର ବ୍ୟକ୍ତିଙ୍କ ବ୍ରେନ ଟିସୁରେ ପ୍ଲାଷ୍ଟିକ କନ୍ସେଟ୍ରେସନ୍ 4800 ମାଇକ୍ରୋଗ୍ରାମ/ ଗ୍ରାମ ଦେଖାଯାଇଛି । ଅର୍ଥାତ୍ ଓଜନ ହିସାବରେ 0.5% ଓଜନର ମାଇକ୍ରୋ ପ୍ଲାଷ୍ଟିକ ଆମ ମସ୍ତିଷ୍କରେ ଜମା ହୋଇଛି ଏବଂ ବାକି 99.5% ବ୍ରେନ୍ ରହିଥାଏ ।

ଏହି ରିସର୍ଚ୍ଚର ଲିଡ୍ ଅଥର୍ ମାଥ୍ୟୁକ୍ୟାମ୍ପେନ୍ କହିଛନ୍ତି ଯେ, 2016 ତୁଳନାରେ ମସ୍ତିଷ୍କରେ ପ୍ଲାଷ୍ଟିକର ମାତ୍ରା ଖୁବ ବୃଦ୍ଧି ପାଇଛି । ଯାହାଫଳରେ ବ୍ରେନ୍ ଜନିତ ସମସ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ପ୍ଲାଷ୍ଟିକର ଅଣୁ ବ୍ରେନ୍ ସେଲ୍ ଗୁଡ଼ିକ ଉପରେ କି ପ୍ରଭାବ ପକାଇପାରେ, ଏହା ଜାଣିବା ପାଇଁ ଅଧିକ ରିସର୍ଚ୍ଚ କରିବାକୁ ହେବ । ଏହି ଷ୍ଟଡି ଅନୁାସରେ ମୃତଦେହରୁ ନିଆଯାଇଥିବା ନମୁନାରେ ଜାଣିବାକୁ ମିଳିଛି ଯେ, କିଡନୀ ଏବଂ ଲିଭର ତୁଳନାରେ ବ୍ରେନରେ 7-30% ଅଧିକ ପ୍ଲାଷ୍ଟିକ ଖଣ୍ଡ ରହିଛି ।


ସେୟାର କରନ୍ତୁ