ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପିତିରି ପଂଚାୟତ ଖାଲପାଳ ଘାଟ ଠାରୁ ତାଳଚେର କୁ ଯାତାୟାତ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ଏକ ସୁ ଉଚ୍ଚ ସେତୁ ନିର୍ମାଣ ପାଇଁ ବିଧାୟକ ବିଭୁତି ଭୂଷଣ ପ୍ରଧାନ କ୍ଷେତ୍ର ପରିଦର୍ଶନ କରିଛନ୍ତି | ପୂର୍ତ୍ତବିଭାଗର ଏହି ସେତୁ ହୋଇପାରିଲେ ଏହାଦ୍ୱାରା ପରଜଙ୍ଗ ଅଂଚଳରୁ ତାଳଚେରକୁ ଯିବାଆସିବା ନିକଟତ୍ତର ହୋଇପାରିବ ଏବଂ ଜାତୀୟ ରାଜପଥର ଭିଡରୁ ସର୍ବସାଧାରଣ ବର୍ତ୍ତିବା ସହିତ ସ୍ୱଳ୍ପ ଖର୍ଚ୍ଚରେ ଯାତାୟାତ ହୋଇ ପାରିବ | ଜନସାଧାରଣଙ୍କ ହିତ ଉଦେଶ୍ୟରେ ତୁରନ୍ତ କାର୍ଯ୍ୟ ସମ୍ପାଦନ ହେବାପାଇଁ ବିଧାୟକ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି |

ଏହି କାର୍ଯ୍ୟକ୍ରମରେ ଅନଗୁଳ ପୂର୍ତ୍ତ ବିଭାଗ ଏସଇ ପ୍ରତାପ କୁମାର ହରିପାଲ, ଢେଙ୍କାନାଳ ଏସଇ ଜୟନ୍ତ ନାଏକ,କାମାକ୍ଷାନଗର ଆସିଷ୍ଟାଣ୍ଡ ଇଇ ପ୍ରଶାନ୍ତ କୁମାର ସେଠୀ, ପରଜଙ୍ଗ ଆସିଷ୍ଟାଣ୍ଟ ଇଞ୍ଜିନିଅର କୁନାରାମ ମହାନ୍ତଙ୍କ ସମେତ ବିଭାଗୀୟ କର୍ମଚାରୀ, ସରପଞ୍ଚ ଅଶୋକ ବର୍ମା, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ କୁମାର ଦଳବେହେରା, ବିଜେପି ରାଜ୍ୟ ସମ୍ପାଦକ ଦୀପକ ଗୋଛାୟତ, ମଣ୍ଡଳ ସଭାପତି ଦୟାନିଧି ସାହୁ, ବରିଷ୍ଠ ନେତା ଦୁର୍ଗା ଚରଣ ନାୟକ, ଅନିଲ ଭୁତିଆ ଙ୍କ ସମେତ ଶତାଧିକ ଦଳୀୟ ବିଜେପି କର୍ମୀ ଉପସ୍ଥିତ ଥିଲେ |