ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚକ୍ରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଦିନିକିଆ ଗ୍ରସ୍ତରେ ଆସିଥିଲେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ପରଜଙ୍ଗ ମହାବିଦ୍ୟାଳୟକୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ କଲେଜର ବିଭିନ୍ନ ଭିତ୍ତି ଭୂମି ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ତେବେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।

ଜୀବନରେ ମାଆର କର୍ତ୍ତବ୍ୟ ବୋଧତା ଏବଂ ସେବା ସହ ଲୁଣର ଉପଯୋଗୀତାକୁ ନେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ଏଥିସହିତ ଯେକୌଣସି ପ୍ରଫେସନ ବାଛୁଛନ୍ତି ତେବେ ତାହାର ଶ୍ରେଷ୍ଠତ୍ବ ପାଇଁ ଚେଷ୍ଟା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।

ଏହି ଅବସରରେ ପରଜଙ୍ଗ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ମଲ୍ଟି କମ୍ପ୍ଲେକ୍ସ ହଲ ପାଇଁ ଦେଢ଼ କୋଟି ଟଙ୍କା, ଲାବ୍ରୋଟାରି ପାଇଁ 50 ଲକ୍ଷ, ଛାତ୍ରୀ ନିବାସ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ଲେଡ଼ିଜ ମାନଙ୍କ ପାଇଁ ଅତ୍ୟାଧୁନିକ ଟଏଲେଟ ସୁବିଧା କରାଯିବ ବୋଲି ସେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, କଲେଜ ଅଧ୍ୟକ୍ଷା, ପରଜଙ୍ଗ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟାକ୍ଷା ଯଶଶିନି ରାଓତ ପ୍ରମୁଖ ମଞ୍ଚାସିନ ରହିଥିଲା ବେଳେ କଲେଜର ଷ୍ଟାଫମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରି ସାଫଲ୍ୟ ମଣ୍ଡିତ କରାଇଥିଲେ ।


ସେୟାର କରନ୍ତୁ