ଢେଙ୍କାନାଳ : ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହିଷାପାଟଠାରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଛି l ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ମନ୍ତ୍ରୀଙ୍କ ସହିତ ସାଂସଦ ପର୍ଜଙ୍ଗ ବିଧାୟକ, କାମାକ୍ଷାନଗର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୌରାଅ୍ୟକ୍ଷା, ଜିଲ୍ଲାପାଳ, ପିଡି ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ଏହି ଜାତୀୟ ସ୍ତରୀୟ ପଲ୍ଲିଶୀ ମେଳାରେ 250ଟି ଷ୍ଟଲ ରହିଛି । ରାଜ୍ୟର 30ଟି ଜିଲ୍ଲା ସହିତ ରାଜ୍ୟ ବାହାରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପକ୍ଷରୁ ଦୋକାନ ଖୋଲାଯାଇଛି । ଏହାସହିତ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଜନ ସଚେତନ କରିବାପାଇଁ ଷ୍ଟଲମାନ ଖୋଲାଯାଇଛି । ଏବଂ ଖାଦ୍ୟର ଚାହିଦା ମେଣ୍ଟାଇବା ପାଇଁ 15ଟି ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲମାନ ଖୋଲାଯାଇଛି। ଏହା 17 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମରୁ ଗହଳି ଆରମ୍ଭ ହୋଇଗଲାଣୀ । ଲୋକମାନେ ଘରକରଣା ଜିନିଷ ମାନ କିଣିବା ସହିତ ଖାଦ୍ୟର ମଜା ନେଉଛନ୍ତି ।
