ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ରେଞ୍ଜ ମହାବିରୋଡ଼ ଅଶନ ବାହାଳୀ ଜଙ୍ଗଲରେ ବାରହା ଜାଲରେ ବାଘ

ରାଜ୍ୟ
ସେୟାର କରନ୍ତୁ

ଘଟଣା ସ୍ଥଳରେ ପହଞ୍ଚିଲେ କପିଳାସ ଟ୍ରାଙ୍କୁଲାଇଜ୍ ଟିମ୍ ଓ କାମାକ୍ଷାନଗର ବନ ଅଧିକାରୀ
ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ବନବିଭାଗ ଦ୍ୱାରା ବାଘଟିକୁ ଟ୍ରାଙ୍କୁଲାଇଜ କରାଗଲା

କଙ୍କଡ଼ାହାଡ଼ : ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା କାମାକ୍ଷାନଗର ଉପଖଣ୍ଡ ମହାବିରୋଡ ରେଞ୍ଜ ନିକଟ ଅଶନ ବାହାଳୀ ଜଙ୍ଗଲ ମଧ୍ୟରେ ଏକ କଲରା ପତରିଆ ବାଘ ଫାଶରେ ପଡ଼ିଥିବା ଖବର ପାଇବା ପରେ ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ନିର୍ଦ୍ଦେଶ କ୍ରମେ ସଦର କାମାକ୍ଷାନଗର ଓ ମହାବିରୋଡ଼ର ରେଞ୍ଜ ଅଧିକାରୀ ଫରେଷ୍ଟ ଏବଂ ଗାର୍ଡ ପହଞ୍ଚି ବାଘଟିକୁ ଟ୍ରାଙ୍କୁ ଲାଇଜ୍ କରି ଧରିବାରେ ସକ୍ଷମ ହୋଇଛନ୍ତି ।

ଖବର ନେବାରୁ ଜଣାଯାଏ ଯେ ଉକ୍ତ ଅଞ୍ଚଳର କିଛି ଶିକାରୀ ବାରହା ଶିକାର କରିବା ଉଦ୍ଦେଶ୍ୟରେ ଜାଲ ବିଛାଇଥିଲେ । ବାଘଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ପଡିଯାଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ପ୍ରାୟ ସମୟରେ ହରିଣ, ବାର୍ ହା, କୁଟରା ଶିକାର ହୋଇଥିବା ଖବର ମିଳୁଛି । ଏଣୁ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


ସେୟାର କରନ୍ତୁ