2050 ବେଳକୁ ଏତେ ଲୋକ ହୋଇଯିବେ ବୁଢ଼ା, ଆସନ୍ତୁ ଜାଣିବା ବାର୍ଦ୍ଧକ୍ୟକୁ ଉପଭୋଗ କରିବା ପାଇଁ କ’ଣ ରହିଛି ଏକ୍ସପର୍ଟଙ୍କ ଟିପ୍ସ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଯାହା ଦେଖାଯାଉଛି ଆଗାମୀ 25 ବର୍ଷ ମଧ୍ୟରେ ବୃଦ୍ଧଙ୍କ ସଂଖ୍ୟା 3ଗୁଣା ବୃଦ୍ଧି ପାଇବ । ବର୍ତ୍ତମାନ ଦେଶରେ ବୃଦ୍ଧଙ୍କ ସଂଖ୍ୟା 10.40 କୋଟି ରହିଛି । 2050 ବେଳକୁ ଏ ସଂଖ୍ୟା 31.90 କୋଟିରେ ପହଞ୍ଚିବ ବୋଲି ଏକ୍ସପର୍ଟମାନେ କହିଛନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧିର ମୁକାବିଲା ପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ।

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଚାପ ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ସେମାନେ ନିଜ ପ୍ରବୃତ ବୟସ ଠାରୁ ଅଧିକ ଚିନ୍ତାରେ ପଢ଼ି ମାନସିକ ସ୍ତରରେ ବୃଦ୍ଧ ହେବାରେ ଲାଗିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । ଏକବିଂଶ ଶତାବ୍ଦୀରେ ବୁଢ଼ାପଣ ସବୁଠାରୁ ବଡ଼ ସାମିଜିକ ସମସ୍ୟା ଭାବେ ଉଭା ହୋଇଛି । ଯାହାର ମୁକାବିଲା ପାଇଁ ଶରୀରର ଉପଯୁକ୍ତ ଯତ୍ନ ନେବା ସହ ସୁସ୍ଥ ପରିବେଶ, ସୁସ୍ଥ ଚିନ୍ତନ ଓ ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ରହିଛି ।

ସୁସ୍ଥ ଜୀବତ ବିତାଇବା ପାଇଁ ଯୋଗ ତଥା ବ୍ୟାୟାମ କରିବାକୁ ପଡ଼ିବ । ଯାହା ଶରରକୁ ନୀରୋଗ ରଖିବାରେ ସାହାଯ୍ୟ କରିବ । ଏହାଛଡ଼ା ବୁଢ଼ାପା ସମୟତକ ହସ ଖୁସିରେ ବିତାଇବା ପାଇଁ ସେମାନଙ୍କୁ ସନ୍ତୁଳିତ ଖାଦ୍ୟ ଦେବା ଜରୁରୀ । ଖାଦ୍ୟ ପେୟରେ ହେଲଦି ଜିନିଷ ବ୍ୟବହାର କରାଯିବା ଆବଶ୍ୟକ । ଅନ୍ହେଲ୍ଦି ଯେମିତି ତେଲ ଯୁକ୍ତ ଖାଦ୍ୟ, ମଇଦା, ବାହାରର ଛଣା ଖାଦ୍ୟଠାରୁ ସବୁବେଳେ ଦୂରରେ ରହୁନ୍ତୁ ।

ସେମାନଙ୍କୁ ରେଗୁଲାର ଏକ୍ସରସାଇଜ୍ବି ଦରକାର ପଡ଼ିଥାଏ । କଠିନ ବ୍ୟାୟାମ ନ ହେଲେ ମଧ୍ୟ ଚଳିିବ, କିନ୍ତୁ ଚାଲିବା, ଜଗିଙ୍ଗ କରିବା ଭଳି ସହଜ ଓ ସରଳ ଯୋଗ ସେମାନେ କଲେ ତାଙ୍କୁ ଫୁର୍ତ୍ତି ଲାଗିବ । ଖାଇବା, ବ୍ୟାୟାମ ଛଡ଼ା ସାଉଣ୍ଡ ସ୍ଲିପ୍ ମଧ୍ୟ ଦରକାର । ପ୍ରତ୍ୟେକ ଦିନ 7-8 ଘଣ୍ଟାର ଭଲ ନିଦ ମଧ୍ୟ ବହୁତ ଜରୁରୀ । ଉପର ଲିଖିତ କଥାଗୁଡ଼ିକୁ ସଠିକ୍ ଭାବେ ପାଳନ କରିବା ଦ୍ୱାରା ବୁଢ଼ାପଣକୁ ଖୁସି ଖୁସିରେ ଦୂର କରାଯାଇପାରିବ ।


ସେୟାର କରନ୍ତୁ