ପରଜଙ୍ଗ : ରବିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜହ୍ନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ସତବାର୍ଷିକ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ନେତା ତଥା ଅଭିନେତା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟାକ୍ଷା ଯଶସ୍ୱିନୀ ରାଉତ, 2ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ପରଜଙ୍ଗ ସରପଞ୍ଚ ଗାୟତ୍ରୀ ମହାପାତ୍ର, ସମିତିସଭ୍ୟା ଶୈଳେନ୍ଦ୍ରି ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ଶରତ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲାବେଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ପତି ମଞ୍ଚାସିନ ରହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୀରମାନଙ୍କର ପ୍ରଶଂସା କରିଥିଲାବେଳେ ଅଭିନେତାରୁ ନେତା ବନିଥିବା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଶହେ ବର୍ଷର ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ ।
ଅତିଥି ମାନଙ୍କୁ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପାଛୋଟି ନେଇଥିଲେ । ଅତିଥିମାନେ ପ୍ରଥମେ ବିଦ୍ୟାଳୟର ଫାଟକ ସମୁଖରେ ଥିବା ସହିଦ ବୀର ସାହୁ ଏବଂ ବେନୁ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ମଞ୍ଚ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଅବସରରେ ଅତିଥି ମାନେ ମୁଗ୍ଧହୋଇ ପୁରାତନ ଛାତ୍ର ଛାତ୍ରୀ ଓ ବର୍ତମାନ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ବହୂ ବକ୍ତବ୍ୟ ରଖିଥିଲା ବେଳେ ବିଦ୍ୟାଳୟର ସୁବିଧା ଅସୁବିଧା ଉପରେ ମୁଖ୍ୟ ଅତିଥି ଧ୍ୟାନ ଦେବାପାଇଁ କହି ବିଦ୍ୟାଳୟର ଉର୍ନତି କାମନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବେଳେ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ଗ୍ରାମବାସୀଙ୍କ ସମେତ ଗ୍ରାମର ଉଦୀୟମାନ ଯୁବକ ମାନେ ମିଶି ପୂର୍ଣ୍ଣ ସହଯୋଗ ରଖିଥିଲେ । ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ ଦାୟିତ୍ୱ ଯୁବ ସମାଜସେବୀ ସୁବାସ ପାଣି ନିର୍ବାହ କରିଥିଲା ବେଳେ, ପରିଶେଷରେ ପୁରାତନ ଛାତ୍ର ଅମୁଲ୍ୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।