ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର-ବଡଝରା 53ନଂ ଜାତୀୟ ରାଜପଥ ଠାରୁ ଜଡ଼ାପାଳ ଛକ ପର୍ଯ୍ୟନ୍ତ ରେଙ୍ଗାଳି ବାମପାର୍ଶ୍ଵ କେନାଲ ବନ୍ଧର ରାସ୍ତା ସମ୍ପ୍ରସାରଣ ପାଇଁ ସୋମବାର ପଥରଖମ୍ବ ଛକ କେନାଲ ବନ୍ଧ ଠାରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟାକ୍ଷା ଯଶସ୍ୱିନୀ ରାଉତ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କିଶୋର ଦଳାଇ ଓ କୁନାରାମ ମହନ୍ତ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା ପୂର୍ବକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକୁ ଉଦଘାଟନ କରିଥିଲେ ।
ଏହି ଜନହିତକର 19.5 କିମି ରାସ୍ତା ଜାତୀୟ ରାଜପଥ ଅପେକ୍ଷା ପରଜଙ୍ଗ ଅଂଚଳରୁ ଢେଙ୍କାନାଳ ଅଭିମୁଖେ ଯିବାଆସିବା ପାଇଁ କେନାଲ ରାସ୍ତାରେ ସ୍ୱଳ୍ପ ସମୟ ଏବଂ ସ୍ୱଳ୍ପ ଖର୍ଚରେ ଯାତ୍ରୀ ଯାତାୟାତ କରିପାରିବେ । ରାସ୍ତା ତିଆରି କାମ ପାଇଁ ବିରଜା କନଷ୍ଟ୍ରକ୍ସନ ଠିକା ସଂସ୍ଥା ଦାୟିତ୍ୱ ନେଇଥିବା ବେଳେ ବିଭାଗୀୟ ପକ୍ଷରୁ 33 କୋଟି ଟଙ୍କାର ବ୍ୟୟ ଅଟକଳ ରେ କାର୍ଯ୍ୟ 9/9/26 ସୁଦ୍ଧା ସମ୍ପାଦନ ହେବାର ଧାର୍ଯ୍ୟ କରାଯାଇଛି ।
ସୂଚନା ଥାଉକି, ଏହି ରାସ୍ତାଟି ଯେତେବେଳେ ଜାତୀୟ ରାଜପଥର କାମ ଚାଲୁ ରହିଥିଲା ବହୁ ସଂଖ୍ୟକ ଭାରି ଯାନ ଚଳାଚଳ ହେତୁ ରାସ୍ତାଟି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ରାସ୍ତାକୁ ଆଖି ଆଗରେ ରଖି ଏହି ରାସ୍ତାର ପୁନର୍ବିନ୍ୟାସ କରାଯାଉଅଛି ।
ତେବେ ଏହି କାର୍ଯ୍ୟକ୍ରମରେ ଅଂଚଳର ବହୂ ବୁଦ୍ଧିଜୀବୀ, ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ ଦାୟିତ୍ୱ ରମେଶ ଚନ୍ଦ୍ର ସାହୁ ନିର୍ବାହ କରିଥିଲା ବେଳେ ପରିଶେଷରେ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।