ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଦ୍ମପୋଖରୀ ଗ୍ରାମ ରାମ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅପରାହ୍ନ ୨ଟାରେ ଗ୍ରାମବାସୀଙ୍କ ପକ୍ଷରୁ ସୂର୍ଯ୍ୟ ଦେବତାଙ୍କୁ ପୂଜାଅର୍ଚ୍ଚନା ସହ ଜଗତ କଲ୍ୟାଣ ନିମିତ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ସଭାପତି ଭରତ ପ୍ରଧାନଙ୍କ ତତ୍ଵାବଧାନରେ ପୂର୍ବାହ୍ନରେ ମୁଖ୍ୟ ପଣ୍ଡିତ ଶ୍ରୀକାନ୍ତ କୁମାର ଶଡ଼ଙ୍ଗୀ ସହଯୋଗୀ ପଣ୍ଡିତ, ସତ୍ୟବ୍ରତ କରଙ୍କ ଦ୍ଵାରା ସୂର୍ଯ୍ୟପୁଜା, ନବଗ୍ରହ ପୂଜା, ଘଟ ଉତୋଳନ, ରାମଙ୍କର ଷୋଡ଼ଶ ପୂଜା ଯଜ୍ଞ ପୂର୍ଣ୍ଣାହୁତି ଆଦି ନାମ ସଂକୀର୍ତନ  ସୁଚାରୁ ରୁପେ ହୋଇଥିଲା ।

ବହୁ ଗ୍ରାମ ବାସି ଏଥିରେ ଆଶୀର୍ବାଦ ଭିକ୍ଷା ପାଇଁ ଯୋଗଦାନ କରି  ନିଜର ମନସ୍କାମନା ପୂରଣ ନିମନ୍ତେ ଶରଣାପନ୍ନ ହେବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯଜ୍ଞରେ କର୍ତ୍ତା ଭାବେ ଗ୍ରାମ୍ୟସଭାପତି ଭାରତ ପ୍ରଧାନ ତାଙ୍କ ଧର୍ମପତ୍ନୀ ସଞ୍ଜୁ ପ୍ରଧାନ ଯୋଗଦେଇଥିବା ବେଳେ ଗ୍ରାମବାସି ମାନେ ମହାଯଜ୍ଞରେ ସହଯୋଗ କରିଥିଲେ ।


ସେୟାର କରନ୍ତୁ