ଦିନିକିଆ ମାନ୍ୟତା, ରୋହିତଙ୍କ ଗାଦି ଛଡାଇ ନେଲେ ଏହି ବ୍ୟାଟର

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ମାନ୍ୟତାରେ ଘଟିଛି ବଡ ପରିବର୍ତ୍ତନ । ବୁଧବାର ଆଇସିସି ଦ୍ୱାରା ଜାରି ସଦ୍ୟତମ ମାନ୍ୟତାରେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ଶୀର୍ଷକୁ ଉଠିଛନ୍ତି । କିନ୍ତୁ ରୋହିତ ଓ ଡାରିଲଙ୍କ ମଧ୍ୟରେ ବିଶେଷ ବଡ ବ୍ୟବଧାନ ନାହିଁ ।

ନ୍ୟୁଜିଲାଣ୍ଡର ତାରକା ବ୍ୟାଟର ଡାରିଲ ମିଚେଲ୍ ଏବେ ଦିନିକିଆ ମାନ୍ୟତାରେ ନୂଆ ଏକ ନମ୍ବର ବ୍ୟାଟର ହୋଇଛନ୍ତି । ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି । ଡାରିଲ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ ।

ଏହି ପ୍ରଦର୍ଶନ ବଳରେ ସେ ଟପରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ହେଉଛି 782 । ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ରୋହିତ ଶର୍ମାଙ୍କ ରେଟିଂ ପଏଣ୍ଟ 781 ରହିଛି । ଅର୍ଥାତ ଡାରିଲ ମାତ୍ର ଗୋଟିଏ ପଏଣ୍ଟ ଉପରେ ଅଛନ୍ତି ।

ଆଫଗାନିସ୍ତାନର ଇବ୍ରାହିମ ଜାରଦାନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସେ 764 ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି । ଶୁଭମନ ଗିଲ୍ ଚତୁର୍ଥ ଏବଂ କୋହଲି ପଞ୍ଚମରେ ଅଛନ୍ତି ।

ମାନ୍ୟତାରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଗୋଟିଏ ସ୍ଥାନ ଫାଇଦା ମିଳିଛି । ସେ 722 ରେଟିଂ ପଏଣ୍ଟ ସହ 6 ନମ୍ବର ସ୍ଥାନକୁ ଉଠିଛନ୍ତି । ଆୟରଲାଣ୍ଡର ହ୍ୟାରି ଟାକ୍ଟର 708 ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉଠିଛନ୍ତି ।

ଭାରତର ଶ୍ରେୟସ ଆୟର 700 ପଏଣ୍ଟ ସହ ଅଷ୍ଟମରେ ରହିଛନ୍ତି । ଶ୍ରୀଲଙ୍କାର ଚରିଥ ଅସଲଙ୍କା 3ଟି ସ୍ଥାନ ତଳକୁ ଖସି ନବମରେ ରହିଛନ୍ତି । ସାଇ ହୋପ ଦଶମ ସ୍ଥାନରେ ଅଛନ୍ତି ।


ସେୟାର କରନ୍ତୁ