କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଳା କାମାକ୍ଷାନଗର ବ୍ଲକ୍ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଗ୍ରୁପ୍ ହେଡ କ୍ୱାର୍ଟର କଟକ ଅଧୀନରେ ଥିବା ୧୨ ଓଡିଶା ବାଟାଲିୟନ ଏନ୍ ସି ସି ପରିଚାଳନାରେ ୧୦ ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ସିବିରରେ ପ୍ରଶିକ୍ଷଣ ନେଉଥିବା କ୍ୟାଡେଟ୍ ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି ।
ଏହି କାର୍ଯୟକ୍ରମରେ ୧୨ ଓଡ଼ିଶା ବାଟାଲିୟନ ର କମାଣ୍ଡିଙ୍ଗ ଅଧିକାରୀ କର୍ଣ୍ଣେଲ ସି ସି ନାଗ , କ୍ୟାମ୍ପ କମାଣ୍ଡାଣ୍ଟ ଓ ଲେପ୍ଟନାଣ୍ଟ କର୍ଣ୍ଣେଲ ଆର କେ ବଲ୍, ପ୍ରଶାସନିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ୟାଡେଟ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ ।
ସନ୍ଧ୍ୟାରେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱ ପରିବେଶ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଉପସ୍ଥିତ ଥିଲେ । ଏହା ପରେ କ୍ୟାଡେଟ୍ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବିଦ୍ୟାଳୟର ଏନ୍ ସି ସି ଫାଷ୍ଟ ଅଫିସର ଧ୍ରୁବଚରଣ ସୁନ୍ଦରାୟ ଙ୍କ ସମେତ ଅନ୍ୟାନ୍ୟ ଏନ୍ ସି ସି ଅଧିକାରୀ, ଯେ ସି ଓ , ଏନ୍ ସି ଓ , ପି ଆଇ ଷ୍ଟାଫ, ସି ଟି ଓ ତଥା କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।