କାମାକ୍ଷାନଗର : ଆରମ୍ଭ ହୋଇସାରିଛି ସାରା ଦେଶରେ ଏସ. ଆଇ.ଆର କାର୍ଯ୍ୟକ୍ରମ l ଯେଉଁଥିରେ ବୁଥ ଲେବୁଲ ଅଫିସର(ବି. ଏଲ. ଓ )ମାନେ ଘରକୁ ଘର ବୁଲି ଫର୍ମ ବାଣ୍ଟି ତାହାର ସଠିକ ଭାବେ ପୂରଣ ହେବାରେ ସହାୟକ ହୋଇ ପରେ ଆଦାୟ କରାଯିବା ଭଳି କାର୍ଯ୍ୟକ୍ରମ ରହିଛି l ଗତ ୩୦ ତାରିଖ ଠାରୁ ସାରା ଦେଶ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଣ୍ଣୟ କରାଯାଇଛି l ଯେଉଁ ଥିରେ ବି. ଏଲ. ଓ. ମାନେ ପ୍ରତି ଘରକୁ ଯାଇ ଫର୍ମ ଦେବା ସହ ଜନସାଧାରଣ ଙ୍କୁ ଏସ. ଆଇ.ଆର. ସମ୍ବନ୍ଧରେ ଅବଗତ କରାଇବେ l
ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୧୭ନମ୍ବର ବି. ଏଲ. ଓ ରୁନୁବାଳା ସାହୁ ଏବଂ ୧୮ନମ୍ବର ର ବି. ଏଲ. ଓ. ଝୁଣୁବାଳା ସେଠି ଘରକୁ ଘର ବୁଲି ଏସ. ଆଇ. ଆର. ଫର୍ମ ଦେଇ ଲୋକ ମାନଙ୍କୁ ବୁଝାଉଥିବା ଦେଖା ଦେଇଛି l ୧୭ନମ୍ବର ବି. ଏଲ. ଓ ୯୮୦ଟି ଘର ବୁଲି ଫର୍ମ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ସେହିଭଳି ୧୮ନମ୍ବର ରେ ୫୫୦ଟି ଘରେ ଏସ. ଆଇ. ଆର. ଫର୍ମ ଦେବା ସହ ଆଦାୟ କରିବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ବି. ଏଲ. ଓ ଦ୍ବୟ ଙ୍କର ବୁଝାଇବା ଶୈଳୀ ଏବଂ କଥାର ମାଧୁର୍ଯ୍ୟ ଯୋଗୁ ଲୋକମାନଙ୍କ ମଧ୍ୟରେ ଆଦର ର ପାତ୍ର ହୋଇ ପାରିଛନ୍ତି l