କାମାକ୍ଷାନଗର : କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ସ୍ଥିତ ବଚପନ ପ୍ଲେ ସ୍କୁଲ ପକ୍ଷରୁ ବିଶ୍ୱ ଯୋଗ ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ନିର୍ଦେଶକ ଶ୍ରୀହର୍ଷ ବରାଳ ଯୋଗଦେଇ ବିଶ୍ୱ ଯୋଗ ଦିବସର ତତ୍ପର୍ଯ୍ୟ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ଯୋଗ ସହିତ ସଂଯୋଗ ରହିବାକୁ ଆହ୍ୱାନ କରିଥିଲେ l ଯୋଗଗୁରୁ ସନ୍ତୋଷ କୁମାର ପତି ଯୋଗ ଅଭ୍ୟାସ କରି ପ୍ରାତଃ ଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଅଧ୍ୟକ୍ଷା ସୁଷମାରାଣୀ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ l