ବୁଡ଼ିବାକୁ ବସିଲାଣି ପାରମ୍ପରିକ କଳା କେନ୍ଦେରା ଗୀତ

ରାଜ୍ୟ ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଢ଼େଙ୍କାନାଳ : ଦିନଥିଲା ଗାଁ ଦାଣ୍ଡରେ କେନ୍ଦେରା ସ୍ୱର ବେଶ୍ ମନ ମୋହୁଥିଲା । ଭଜୁକିନା ରାମ ନାମରେ କୁମାର…ଏଇ ଗୀତରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା । ହେଲେ ଏବେ ଆଉ ଗାଁ ଦାଣ୍ଡରେ ଶୁଭୁନି କେନ୍ଦେରାର ସ୍ୱର । ବୁଡ଼ିବାକୁ ବସିଲାଣି ଏହି ପାରମ୍ପରିକ କଳା ଯୋଗୀ ପୁଅର କୌଳିକ ବୃଦ୍ଧି ବୃଭି କନ୍ଦେରା ଗୀତ । ପାରମ୍ପରିକ ବାଦ୍ୟ କେନ୍ଦେରା ସଙ୍ଗୀତର ତାଳେ ତାଳେ ଟୀକାଗୋବିନ୍ଦ ଗୀତ ବେଶ୍ ମନ ମୋହୁଥିଲା । ଆଉ ତା ସାଙ୍ଗକୁ ଯୋଗୀପୁଅ ହାତରେ ଝୁଲୁଥାଏ ଲାଉଥାଳ ।

ଘରକୁ ଘର ବୁଲି କେନ୍ଦେରା ବଜାଇ ଯୋଗୀପୁଅ ଭିକ୍ଷାକରେ । ସାରାଦିନ ଗାଁଗଣ୍ଡାରେ ବୁଲିଲେବି ଭିକ୍ଷାଥଳ ପୁରୁନାହିଁ । ଏବେ ଏ ବୃତ୍ତି ଲୋପ ପାଇବାକୁ ବସିଲାଣି,ଗାଁ ଦାଣ୍ଡରେ ଆଉ ଏହି ପାରମ୍ପରିକ କଳା କେନ୍ଦେରା ଗୀତର ସ୍ୱର ଶୁଭୁନାହିଁ । ଧୀରେ ଧୀରେ ଏ ପରମ୍ପରା ଅଦୃଶ୍ୟ ହୋଇ ଯାଉଛି । ସମୟ ଗଡୁଛି ଆଧୁନିକ ହେଉଛି ହେଲେ ଏ ସମାଜ ଧୀରେ ଧୀରେ ଇତିହାସ ପୃଷ୍ଠାରେ ଲୁଚିଯାଉଛି ପୁରୁଣା ପରମ୍ପରା। କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳୁ ନଥିବାରୁ ହଜିବାକୁ ବସିଛି ପୁରୁଣା ପାରମ୍ପରିକ ଲୋକକଳା । ଯଦି ସରକାର ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତେ ତେବେ ବଞ୍ଚି ଯାଆନ୍ତେ ଏହି ଯୋଗୀ ସମ୍ପ୍ରଦାୟର କେନ୍ଦେରା କଳାକାରମାନେ ।


ସେୟାର କରନ୍ତୁ