ଢେ଼ଙ୍କାନାଳ : ଓଡ଼ିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ‘ବିକାଶର ଧାରା ଓଡ଼ିଶା ସାରା’କାର୍ଯ୍ୟକ୍ରମ ସଦରବ୍ଲକ ସପ୍ତଶଯ୍ୟା ଗ୍ରାମପଞ୍ଚାୟତର କଳାକୃତି ଗ୍ରାମ ସଦେଇବେରେଣୀ ନବଜୀବନପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ଅନ୍ୟତମ ଅତିଥିଭାବେ ଶଙ୍କରପୁର ମଣ୍ଡଳ ସଭାପତି ସୁଶୀଲ ରାଉତ,ପଞ୍ଚାୟତ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି,ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟ,ମହିଳା ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ଗ୍ରାମସେବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ଆୟୁଷ୍ମାନ ବାୟୋ ବନ୍ଦନା,ସୁଭଦ୍ରା ଶକ୍ତି,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଭିବିଜି ରାମ ଜି ଯୋଜନା ସମ୍ପର୍କରେ ଅତିଥିମାନେ ଜନ ସାଧାରଣଙ୍କୁ ସଚେତନତା କରିଥିଲେ ।
ପରେ ହିତାଧିକାରୀଙ୍କୁ,ଭତା,ରାସନ୍ କାର୍ଡ,ଅନ୍ତୋଦୟ ଗୃହ ପ୍ରଦାନ କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗାୟତ୍ରୀ ପାଣି,ଜିଆରଏସ ବିଜୟଲକ୍ଷ୍ମୀ ଦାସ ସମସ୍ତ ଗ୍ରାମ ସାଥୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।