ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଶୁଖୁଲା ପଡ଼ିଛି ଜମି

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁ ଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏଲ୍ -ନି ନୋ ପ୍ରଭାବ ଏବଂ ମୌସୁମୀ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି । ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଜମି ଶୁଖିଲା ପଡ଼ିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ,ବର୍ଷା ଲାଗି ରହିବା ଭଳି ସ୍ଥିତି ଏବେ ନାହିଁ । ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପତ୍ତି ନେବା ଉଚିତ୍ ହେବ ନାହିଁ । ରାଜ୍ୟରେ ମୌସୁମୀର ଲୁଚକାଳି । କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ।

ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁ ଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପ‌ଯୋଗୀ ବର୍ଷା ହୋଇନାହିଁ । ଏଲ ନିନୋ ପ୍ରଭାବ ଏବଂ ମୌସୁମୀ ଟ୍ରଫ୍ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି । ଢେ଼ଙ୍କାନାଳ ଜିଲ୍ଲାର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭରଶୀଳ କିନ୍ତୁ ଏଯାଏ ଜମି ଶୁଖିଲା ପଡ଼ିଛି । ଢେ଼ଙ୍କାନାଳରେ ଚଳିତ ବର୍ଷ ପାଣିମଡା଼ ଯାଉଥିଲେ ସବୁ ଜମି ପାଇଁ ଏହି ସୁବିଧା ନାହିଁ । ଫଳରେ ଗଜା ମରୁଡ଼ି ଆଶଙ୍କାରେ ଚାଷୀକୂଳ । ଗଜା ମରୁଡ଼ି ଆଶଙ୍କା ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

ତେବେ ଆଗାମୀ ସପ୍ତାହରେ ବର୍ଷା ନହେଲେ ମରୁଡ଼ି ଆଶଙ୍କା କରିଛନ୍ତି ଚାଷୀ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ବର୍ଷା ନଥିବାରୁ ଜମିରେ ଗୋରୁ ଚରୁଛନ୍ତି। ଏଥର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ବିହନ ଗଜା କରିସାରିଥିଲେ ମଧ୍ୟ ବର୍ଷା ଅଭାବରୁ ତାହା ଶୁଖୁବାକୁ ବସିଲାଣି । କେତେକ ସ୍ଥାନରେ ମୋଟର ସାହାଯ୍ୟରେ ହତାଶ ହୋଇ ପଡ଼ିଛନ୍ତି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଷାଢ଼ ମାସରେ ପାଣି ବଦଳରେ ଆକାଶରୁ ନିଆଁ ବର୍ଷୁଛି । କେନାଲ ସୁବିଧା ନଥିବାରୁ ଚାଷୀମାନେ ନାଳ ଓ ପୋଖରୀରୁ ପାଣି ବୋହି ତଳି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଜମି ଫାଟି ଆଁ କଲାଣି । ପାଣି ପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏବେ ବର୍ଷା ଲାଗି ରହିବା ଭଳି ସ୍ଥିତି ନାହିଁ,ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପଭି ନେବା ଉଚିତ୍ ହେବ ନାହିଁ ।


ସେୟାର କରନ୍ତୁ