ଆଦିବାସୀ ଇଲାକାର ବହୁ ପ୍ରତିକ୍ଷିତ ରାସ୍ତା

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ଏକମାତ୍ର ଆକାଂକ୍ଷୀ ବ୍ଲକ କଙ୍କଡ଼ାହାଡ଼ର ଦୁଃଖ ବୁଝିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ । ନିର୍ମାଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ତାରିଣୀପଶି -କୋଇ ରାସ୍ତା । ପ୍ରାୟ ୪ କିଲୋମିଟର ୯ଶହ ମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୪ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁ ପ୍ରକାଶ କରିଛନ୍ତି ।

ବିଗତ ୨ଦଶନ୍ଧି ଧରି ଲୋକ ମାନେ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ । ଯାହାକୁ ନେଇ ବିଧାୟକ ବିଭୂତି ଭୂଷଣ ପ୍ରଧାନ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏବେ ଏହି ଆଦିବାସୀ ଇଲାକାରେ ରାସ୍ତା ନିର୍ମାଣ ହେଲେ ଲୋକଙ୍କ ଯାତାୟାତ ସୁଗମ ହେବା ସହ ବିକାଶ କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ି ପାରିବ ।


ସେୟାର କରନ୍ତୁ