ଢେଙ୍କାନାଳ : ଢେଙ୍କାନାଳ ସହରରେ ସ୍ମାର୍ଟ ମିଟର ଲଗାଇବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ତିବ୍ର ବିରୋଧ। ସହରର କୁଞ୍ଜକାନ୍ତ ଅଞ୍ଚଳରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ସାଧାରଣ ଲୋକ ଏକାଠି ହୋଇ ସ୍ମାର୍ଟ ମିଟର ଓ ବିଦ୍ୟୁତ ଖୁଣ୍ଟରେ ଲାଗୁଥିବା LTSB ବକ୍ସ ଭାଙ୍ଗିଲେ । ଢେଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ଓ ଜେଇଙ୍କୁ ଘେରିଲେ ଲୋକେ।କୁଞ୍ଜକାନ୍ତ ଅଞ୍ଚଳରେ ସ୍ମାର୍ଟ ମିଟର ଲଗାଇବାକୁ ନେଇ ତିବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।
କିଛି ଦୋକାନ ଓ ଘରେ ଲାଗିଥିବା ମିଟର ଗୁଡ଼ିକୁ ବାଡେଇ ଭାଙ୍ଗିଥିଲେ ସ୍ଥାନୀୟ ବାସିନ୍ଦା।କିଛି ଲୋକଙ୍କ ଘରକୁ ବିଦ୍ୟୁତ୍ କର୍ମଚାରୀ ଯାଇ ମିଟର ଠିକ୍ ଥିବା ସତ୍ୟେ ବିଲ ପୈଠ ସଠିକ୍ ସମୟରେ ହେଉଥିବା ସତ୍ୟେ ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଉଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା । ଦେଢ଼ ବର୍ଷ ହେବ ଢେଙ୍କାନାଳରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ଭିତ୍ତିଭୁମି ସଜାଡ଼ିବା ପରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଦାବି କରାଯାଇଥିଲା । ହେଲେ ଏଥିରେ ବିଦ୍ୟୁତ ବିଭାଗ ଖିଲାପ କରୁଥିବା ଅଭିଯୋଗ ହୋଇଛି ।

ଏପଟେ ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା ଆମେ କୌଣସି ମିଟର ଲଗାଉନଥିଲୁ ବରଂ ପୋଲରେ ଲଗାତାର ହେଉଥିବା ବିଦ୍ୟୁତ୍ କାଟକୁ ରୋକିବା ପାଇଁ ଡିସ୍ଟ୍ରିବୁସନ ବକ୍ସ ବସା ଯାଉଥିଲା । କୁଞ୍ଜକାନ୍ତରେ ତିବ୍ର ବିରୋଧ ପରେ ସିଭିଲ କୋର୍ଟ ପରିସର ସଭାଗୃହରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଓ ଜେଇଙ୍କୁ ନେଇ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଡକାଯାଇ ଆଲୋଚନା କରାଯାଉଛି ।