ଢେ଼ଙ୍କାନାଳ : ଏ ହେଉଛି ଢ଼େଙ୍କାନାଳ ଜିଲ୍ଲା ସହର ଠାରୁ ମହିଁଷାପାଟ ଦେଇ ଗଲେ ୧୨ କି:ମି ଦୂରରେ ଦକ୍ଷିଣ ଦିଗକୁ ରହିଛି ସପ୍ତଶଯ୍ୟା ପାହାଡ ଦୂରରୁ ଦେଖିଲେ ଅତିସୁନ୍ଦର ନୈସର୍ଗିକ ପ୍ରାକୃତିକ ଶୋଭାମଣ୍ଡନ କରୁଥିବା ସପ୍ତଶଯ୍ୟା ପାହାଡ ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ।ଶାଳ,ପିଆଶାଳ,ଶାଗୁଆନ,ପଣସ,ଆମ୍ବ ଆଦି ବିଭିନ୍ନ ଗଛରେ ପରିପୂର୍ଣ ଏହି ସଂରକ୍ଷିତ ଜଙ୍ଗଲ । ପର୍ବତ ଉପରୁ ତଳକୁ ବହିଆସୁଥୁବା ଝରଣାର ଶୀତଳ ଜଳ ବେଶ୍ ଆମୋଦଦାୟକ । ଜଳରେ ଅନେକ ଔଷଧୀୟ ଗୁଣ ରହିଛି ।
ଏହି ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ରହିଛନ୍ତି । ଏହି ସ୍ଥାନକୁ ଯିବାକୁ ହେଲେ ସଡ଼କପଥ,ରେଳପଥରେ ଯିବାକୁ ପଡ଼ିଥାଏ । ଢେଙ୍କାନାଳ ସହରଠାରୁ ୧୨ କିମି,ଭୁବନେଶ୍ଵର ବିମାନ ବନ୍ଦରଠାରୁ ୯୦ କିମି ଏବଂ ଢେଙ୍କାନାଳ ରେଲୁୱେ ଷ୍ଟେସନସନଠାରୁ ମାତ୍ର ୧୫ କିମି ଦୂରରେ ଏହା ଅବସ୍ଥିତ । ସିଧାସଳଖ ଭାବରେ ସଡ଼କପଥରେ ଗଲେ ସପ୍ତଶଯ୍ୟା ଛକଠାରୁ ପାହାଡ଼ ଉପରକୁ ଯିବାକୁ ପଡ଼େ ପାହାଡ଼ ଉପରେ ରହିଛି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ।
ପୌରାଣିକ ଗାଥା ଓ ଲୋକକଥା। ମହାଭାରତ କାହାଣୀ ଅନୁସାରେ ପାଣ୍ଡବ ପାଞ୍ଚ ଭାଇ ନିର୍ବାସନ ସମୟରେ ସପ୍ତଶଯ୍ୟା ପାହାଡ଼ରେଢେଙ୍କାନାଳର ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ନୈସର୍ଗିକ ଶୋଭାବର୍ଦ୍ଧନକାରୀ ଏକ ପାହାଡ଼ ସପ୍ତଶଯ୍ୟା। ପକ୍ଷୀଙ୍କ କାକଳୀ,ବନଫୁଲର ବାସ୍ନା,ଆକାଶକୁ ସ୍ପର୍ଶ ପାଇଁ ଉଦ୍ୟମରତ ବୃକ୍ଷରାଜିର ସମ୍ଭାର,ମାଙ୍କଡ଼ଙ୍କ ଖେଳକୁଦ,କଳକଳ ନିନାଦିନୀ ଝରଣାର ଶବ୍ଦ,ନିଶବ୍ଦତା ମଧ୍ୟରେ ଝିଙ୍କାରୀର କର୍ଣ୍ଣଭେଦୀ ଶବ୍ଦରେ ଆନମନା ମନକୁ ସୌନ୍ଦର୍ଯ୍ୟର ପରିପାଟିରେ ବାନ୍ଧିରଖୁବାର ମନ୍ତ୍ର ସପ୍ତଶଯ୍ୟା ପାହାଡ଼ର ପ୍ରାକୃତିକ ପରବେଶରେ ପରିବର୍ଷିତ ଏବଂ ପରିପୂର୍ଣ । ନିସ୍ତବତା ମଧ୍ୟରେ ଓଁ କାରର ଶବ୍ଦ ଏବଂ ମନ୍ଦିରର ଘଣ୍ଟ ଶବ୍ଦ ହିଁ ଏକାଗ୍ରତାର ସ୍ଥିତିକୁ ଜାଗ୍ରତ କରିଦିଏ । ଅନୁନ୍ୟ ରୂପସମ୍ଭାରରେ ପରିପୂର୍ଣ୍ଣ ସପ୍ତଶଯ୍ୟା ପାହାଡ଼ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଆଶ୍ରୟ ନେଇଥିବା ଲୋକକଥା ପ୍ରଚଳିତ ।
ଦୀର୍ଘ ବାର ବର୍ଷ ନିର୍ବାସନ ସମୟରେ ପାଣ୍ଡବମାନେ ଏଠାରେ ଏକ ବର୍ଷ ଅଜ୍ଞାତ ବାସରେ ରହିଥିଲେ। ଅନ୍ୟ ଏକ ଲୋକକଥା ରାମାୟଣଙ୍କୁ ନେଇ ବେଶ୍ ପ୍ରଚଳିତ । ରାମ ଜଳବାସ ସମୟରେ ମାତା ସୀତାଙ୍କ ସହିତ ଏହି ବଣମୂଲକରେ ସାତଦିନ ବନବାସ କରୁଥିବାରୁ ଏହା ସପ୍ତଶଯ୍ୟା ନାମରେ ଖ୍ୟାତ । ପୁନଶ୍ଚ ଏହି ସପ୍ତଶଯ୍ୟା ପର୍ଯ୍ୟଟନ ପୀଠ ସାତଗୋଟି ପାହାଡ ପର୍ବତକୁ ନେଇ ଗଠିତ । ସାତଜଣ ଋଷି ବା ସପ୍ତର୍ଷିଋଷିକୁ ନେଇ ଗଠିତ ହୋଇଛି ଏହି ସପ୍ତଶଯ୍ୟା। ସାତଜଣ ଋଷି ସାତଟି ପର୍ବତରେ ଆଶ୍ରମ ସ୍ଥାପନ କରି ସାଧନା କରୁଥିବାରୁ ଏହା ସପ୍ତଶଯ୍ୟାର ମାନ୍ୟତା ପାଇଛି !