ଢେଙ୍କାନାଳ : ବଜ୍ରପାତ ଜନିତ ମୃତ୍ୟୁ ଏବଂ ହାତୀ ଉପଦ୍ରବ ରୋକିବାରେ ତାଳଗଛର ଗୁରୁତ୍ଵପୂର୍ଣ ଭୂମିକା ରହିଛି । ବଜ୍ରପାତ ଜନିତ ଅଘଟଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପ୍ରତିବର୍ଷ ଶତାଧିକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି । ସେହିପରି ହାତୀ ଉପଦ୍ରବ ଯୋଗୁଁ ଲୋକ ଧନଜୀବନ ହାନି ହେବା ସହ ନାହିଁ ନଥିବା କ୍ଷତି ଉପୁଜିଛି । ଏଭଳି ସ୍ଥିତିରେ ବଜ୍ରପାତ ଜନିତ ଜନିତ ମୃତ୍ୟୁ ଓ ହାତୀ ଉପଦ୍ରବ ରୋକିବାରେ ତାଳ ଳଗଛର ଭୂମିକା ଗୁରୁତ୍ବପୂର୍ଣ୍ଣ ଥୂବାରୁ ଏହି ଗଛ ବୃଦ୍ଧି ପାଇଁ ପରିବେଶବିତଙ୍କ ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ୟନ କରାଯିବ ବୋଲି ଏଥୂପ୍ରତି ନୂଆ ଆଇନ ପ୍ରଣୟମ କୁହାଯାଇଛି । ବିଲ ବାଡିରେ କାମ କରୁଥିବା ଚାଷୀମାନେ ବଜ୍ରପାତ ଦ୍ୱାରା ବହୁଳ ଭାବେ ଶିକାର ହେଉଛନ୍ତି । ତାଳଗଛ ବିଲ ହୁଡା, ଗ୍ରାମ୍ୟ ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ରହିଥିଲା। ତାଳଗଛର ଛାଇ ଫସଲକୁ କ୍ଷତି ପହଞ୍ଚାଉ ନଥିବାରୁ ଏହାକୁ ବିଲ ହୁଡାରେ ଲଗାଯାଉଥିଲା ।
ବଜ୍ରପାତ ହେଲେ ତାହା ତାଳଗଛ ଉପରେ ପଡ଼ି ତାଳଗଛ ନଷ୍ଟ ହେଉଥିଲା ସତହେଲେ ଧନଜୀବନ ହାନିକୁ ରୋକି ପାରୁଥିଲା। ସମ୍ପ୍ରତି ତାଳଗଛ ହ୍ରାସ ପାଇବା ଯୋଗୁଁ ବଜ୍ରପାତ ଜନିତ ମର୍ତ୍ୟ ବୃଦ୍ଧି ସହ ତାଳଗଛର ବିଭିନ୍ନ ଅଂଶକୁ ନେଇ ଗଢିଉଠିଥିବା ତାଳଶିଳ୍ପ ସହ ହସ୍ତଶିଳ୍ପ ଗୁଡିକ ଲୋପପାଇଯାଇଛି । ଅନ୍ୟପକ୍ଷରେ ହାତୀଙ୍କ ପ୍ରିୟ ଖାଦ୍ୟ ଭାବେ ପାଚିଲା ତାଳ ଅନ୍ୟତମ। ତାଳ ପାଚି ତଳେ ପଡ଼ିଲେ ହାତୀମାନେ ଆସି ତାହାକୁ ଖାଇଥାନ୍ତି । ସେଥିପାଇଁ ହାତୀମାନେ ବିଶେଷ ଉପଦ୍ରବ କରି ନଥାନ୍ତି। ସରକାରଙ୍କ ପକ୍ଷରୁ ବନ ବିଭାଗକୁ ଜଙ୍ଗଲରେ ତାଳଚାରା ଲଗାଇବା ପାଇଁ ପରାମର୍ଶ ମଧ୍ଯ ଦିଆଯାଇଛି ।
ପୂର୍ବକାଳରେ ଗାଁ ମୁଣ୍ଡରେ ହେଉ କିମ୍ବା ବିଲ ବାଡି ସବୁଠି ତାଳଗଛ ଦେଖୁବାକୁ ମିଳୁଥିଲା। ତାଳଗଛ ଯେ କେବଳ ବଜ୍ରପାତରୁ ଲୋକଙ୍କୁ ରକ୍ଷାକରେ ତା ନୁହେଁ, ଏହାର ବିଭିନ୍ନ ଅଂଶକୁ ନେଇ କୁଟୀର ଓ ଅଣୁ ଶିଳ୍ପ ମାନ ଗଢି ଉଠୁଥିଲା । ତାଳପତ୍ରରେ ତାଳଟୋପର, ବର୍ଷାରୁ ରକ୍ଷା ପାଇଁ ଝାମ୍ପି, ପଖୁଆ, ବିଞ୍ଚଣା, ତାଳପତ୍ର ଚଟେଇ, ପହଁରା, ତାଳ ଝାଡୁ, ତାଳ ବାହୁଙ୍ଗା ଚୋପାରୁ କୋରଟିଆ ବୋଝ, ତାଳପତ୍ରରେ ଘର ଛପର କରାଯାଉଥିଲା । ତାଳର ବିଭିନ୍ନ ଅଂଶରୁ ବ୍ରସ୍ ମାନ ନିର୍ମାଣ ହେଉଥିଲା ।
ଏହାଛଡା ତାଳଗଛର ରସରୁ ତାଳଗୁଡ ପ୍ରସ୍ତୁତ ହେଉଥିଲା । ଏହାକୁ ଭିତ୍ତି କରି ବିଭିନ୍ନ ଅଞ୍ଚଳରେ ତାଳଶିଳ୍ପ ସହ ହସ୍ତଶିଳ୍ପ ପ୍ରସ୍ତୁତ କରାଯାଉଥିଲା । ତାଳ କାଠ ଅତ୍ୟନ୍ତ ଟାଣ ହୋଇଥିବାରୁ ତାହାକୁ ଗୃହ ନିର୍ମାଣ ପାଇଁ କଡି ଆକାରରେ ବ୍ୟବହାର କରାଯାଉଥିଲା । ଦ୍ରୁତ ସହରୀକରଣ ସହ ଶିଳ୍ପାୟନ ପାଇଁ ଜମି ଅଧିଗ୍ରହଣ କରାଯାଉଥିବାରୁ ଉକ୍ତ ଜମି ଉପରେ ରହିଥିବା ତାଳଗଛ ସବୁ କାଟି ଦିଆଯାଉଛି ।
ଏହାଛଡା ତାଳକାଠର ଚାହିଦା ବଢ଼ିବା ହେତୁ ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତର ବେପାରାଙ୍କ ନଜର ଓଡ଼ିଶାର ତାଳବୃକ୍ଷ ଉପରେ ପଡ଼ିଛି । ସେମାନେ ସ୍ବଳ୍ପ ଅର୍ଥରେ ତାଳ ଗଛକୁ କିଣି ନେଉଛନ୍ତି । ଯେହେତୁ ତାଳଗଛ ପରିବହନ ପାଇଁ ବନ ବିଭାଗର ଅନୁମତି ଆବଶ୍ୟକତା ନଥୁବା ହେତୁ ଏହାକୁ ଅନାୟସରେ ଚାଲଣ କରାଯାଉଛି । ଏବେ ସରକାର ତାଳଗଛର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ନୂତନ ଆଇନ ଆଣିବାକୁ ଯାଉଛନ୍ତି ।