ବିଜେପିରେ ମିଶିଲେ ବାଘମୁଣ୍ଡା ନେତୃବର୍ଗ

ରାଜ୍ୟ ରାଜନୀତି
ସେୟାର କରନ୍ତୁ

କାମାକ୍ଷାନଗର : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କାମାକ୍ଷାନଗର ମେନରୋଦ ସ୍ଥିତ କାର୍ଯ୍ୟାଳୟରେ କଙ୍କଡ଼ାହାଡ଼ ବ୍ଲକର କୁଟୁରିଆ ପଞ୍ଚାୟତର ଆଦିବାସୀ ବାଘମୁଣ୍ଡା ଗ୍ରାମର ନେତୃବର୍ଗ ବିଜେପିରେ ସାମିଲ ହୋଇଛନ୍ତି l ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ଉପସ୍ଥିତିରେ କୁତିରିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବାଘମୁଣ୍ଡାର ନରୋତ୍ତମ ସିଂହ ଧ୍ରୁବ ଚରଣ ସିଂହ, କୁବେର ପତ୍ରଙ୍କ ସହିତ କୁତିରିଆ ଗ୍ରାମର ଅର୍ଜୁନ ସାହୁ ଓ ହେମନ୍ତ ବିଶ୍ୱାଳ ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି l

ବିଧାୟକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ବାଘମୁଣ୍ଡା ଓ କୁଟୁରିଆ ଅଞ୍ଚଳରେ ଉର୍ନତୀ ଚାଲିଥିବା ବେଳେ ଏଥିରେ ପ୍ରଭାବିତ ହୋଇ ବାଘମୁଣ୍ଡା ଓ କୁଟୁରିଆ ଗ୍ରାମର ନେତୃବର୍ଗ ବିଜେପି ରେ ସାମିଲ ହୋଇଛନ୍ତି l ଏହି ଅବସରରେ ଜିଲା ବିଜେପି ସଭାପତି ରାସବିହାରୀ ବେହେରା, ଜିଲା କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ସାହୁ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗଡ଼ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତ ଉପସ୍ଥିତ ଥିଲେ l


ସେୟାର କରନ୍ତୁ