ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ପଞ୍ଚାୟତ ଶାଳପଡ଼ା ବିଷ୍ଣୁପୁର ଗ୍ରାମର ରାସ୍ତା ଭାଙ୍ଗି ଯାଇଛି ଏବଂ ଏକ ବିରାଟ ଘାଇ ହୋଇଯାଇଛି । ଯାତାୟାତ ବାଧା ପ୍ରାପ୍ତ ଠପ୍ । ସେହି ଗ୍ରାମ ନିକଟରେ ବହିଯାଇଛି ସାପୁଆ ନଈ । ଦିର୍ଘ ବର୍ଷ ପରେ ଲଘୁଚାପ ବର୍ଷାର ପ୍ରଭାବରେ ସାପୁଆ ନଈରେ ବନ୍ୟା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଖପାଖର କିଛି ଗ୍ରାମ ଜଳବନ୍ଦୀ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ରାସ୍ତା,ପୋଲ,ଇଲେକ୍ଟ୍ରି ପୋଲ ଭାଙ୍ଗି ପଡିଛି ।