ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା, ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ମୁକୁଳା ପୋଡ଼ା ଟ୍ରାନ୍ସଫର୍ମର ବିପଦକୁ ଡାକୁଛି

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ବିଭାଗର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଥିବା ଏକ ପୋଡ଼ା ମୁକୁଳା ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ବିପଦସଂକୁଳ ଓ ମୁକୁଳା ଅବସ୍ଥାରେ ରହିଛି । ସତେ ଯେମିତି ଟ୍ରାନ୍ସଫର୍ମରଟି ବିପଦକୁ ଆହ୍ବାନ କରୁଛି । ଯେକୌଣସି ସମୟରେ ଏଠାରେ ଅଘଟଣର ଆଶଙ୍କା ପ୍ରକାଶ ପାଇଛି । ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଯେତେ କହିଲେ ମଧ୍ୟ ଫଳ ଶୂନ । ଫଳରେ ହଠାତ କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରାଯାଇ ପାରିବ ନାହିଁ ।

ଯେହେତୁ ରାସ୍ତାକଡ଼ରେ ଟ୍ରାନ୍ସଫର୍ମରଟି ରହିଛି ଏହାକୁ ଗ୍ରାମବାସୀମାନେ ବେଶ ଗୁରୁତର ମନେ କରୁଛନ୍ତି । ଏହି ରାସ୍ତା କଡରେ ମଧ୍ୟ ଏକ ବିଦ୍ୟାଳୟ ଅଛି ବିଦ୍ୟାଳୟ ପିଲାମାନେ ସ୍କୁଲକୁ ଯିବା ଆସିବା କରନ୍ତି । ଏହାଛଡ଼ା ଗୃହପାଳିତ ପ୍ରାଣୀ ଓ ଗାଁ ଲୋକେ ଯିବା ଆସିବା କରନ୍ତି । ଏ ସମ୍ପର୍କରେ ଟାଟା ପାୱାର ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଦୀର୍ଘ ଦିନର ମୁକୁଳା ଟ୍ରାନ୍ସଫର୍ମ ଟି ବାଉଣ୍ଡ୍ରି ଦେବାଳ ପାଇଁ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି ।


ସେୟାର କରନ୍ତୁ