ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କନ୍ଦରସିଂହା ଓ ରୋଡ଼ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ରାସ୍ତାର ଉନ୍ନତୀକରଣ ନିମନ୍ତେ ଶିଳାନ୍ୟାସ ହୋଇଛି । ପରଜଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି । କନ୍ଦରସିଂହା ଗ୍ରାମର ଝରାସାହି ଠାରୁ ତଳସାହି ରାସ୍ତା ପର୍ଯ୍ୟନ୍ତ ୩.୩ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୨୮ ହଜାର ଟଙ୍କା ବ୍ୟୟ ଅଟକଳ ରହିଛି ।

ସେହିପରି ରୋଡ଼ ଗ୍ରାମର ବଉଳ ଛକଠାରୁ ଡେଙ୍ଗେଇଶୁଣି ରେଣ୍ଡାପାଟ ଗ୍ରାମପଞ୍ଚାୟତର ଭାୟା ନୂଆରୋଡ଼ ପର୍ଯ୍ୟନ୍ତ ୫ କିମି ରାସ୍ତା ନିର୍ମାଣ ନିମନ୍ତେ ୫ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି।

ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ଯକ୍ଷା ଶର୍ମିଷ୍ଠା ଦଳବେହେରା,ଉପାଧକ୍ଷା ଯଶସ୍ପିନୀ ରାଉତ,ଢେଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ବିଳାସିନୀ ସେଠୀ,ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁ, କନ୍ଦରସିଂହା ସରପଞ୍ଚ ବିଜେନ୍ଦ୍ର ସାହୁ,ସାନ୍ଦା ସରପଞ୍ଚ ଜୟନ୍ତୀ ଦାସ,ଚାନ୍ଦପୁର ସରପଞ୍ଚ ଅରୁଣ କୁମାର ନାଏକ,ବରିହାପୁର ସରପଞ୍ଚ ଅରୁଣ ବିଶ୍ଵାଳ,ରୋଡ଼ ସରପଞ୍ଚ ବିଶ୍ୱଜିତ୍ ନାୟକ,ରେଣ୍ଡାପାଟ ସରପଞ୍ଚ ପ୍ରଶାନ୍ତ ନାୟକ,ରୋଡ ସମିତି ସଭ୍ୟ ନିର୍ମଳ ବାରିକ,ବସୋଇ ସରପଞ୍ଚ ଯୁଗଳ ସାହୁ,ପାଟରପଦା ସରପଞ୍ଚ ଜ୍ୟୋସ୍ମାରାଣୀ ବିଶ୍ଵାଳ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ରାଉତ, ମୁଣ୍ଡେଇଲୋ ସରପଞ୍ଚ,କୁଆଲୋ ସରପଞ୍ଚଙ୍କ ସହ ପୂର୍ବତନ କନ୍ଦରସିଂହା ସରପଞ୍ଚ ଲକ୍ଷ୍ମୀଧର ସାହୁ,ବିଜେପି ନେତ୍ରୀ ବନଲତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ