କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ମିଳିତ ଭାବେ ଗଣେଷ ପୂଜା ଭଷାଣି ଶୋଭାଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦ୍ବିତିୟ ଥର ପାଇଁ କାମାକ୍ଷାନଗରରେ ଏହି ଭଷାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ପ୍ରାୟ ୧୯ଟି ଗଣେଷ ପୂଜା କମିଟି ଉପସ୍ଥିତ ରହି ନିଜର ସମତି ପ୍ରକାଶ କରିଥିଲେ ।
ଦ୍ବିତିୟ ବର୍ଷ ପାଇଁ ଭଷାଣି ଶୋଭାଯାତ୍ରାକୁ କିପରି ଶାନ୍ତ ଶୃଙ୍ଖଳା ସହ ସମାପନ ହୋଇପାରିବ ସମସ୍ତ କମିଟି ସଦସ୍ୟ କହିଥିଲେ । ଆସନ୍ତା ଅଗଷ୍ଟ ମାସ ୧୪ ତାରିଖରେ ଗଣେଷ ପୂଜା ଅନୁଷ୍ଠିତ ହେବ ଓ ୧୯ ତାରିଖ ଶନିବାର ଦିନ ମିଳିତ ଭଷାଣି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ୧୯ ତାରିଖ ଦିନ ସ୍ଥାନିୟ ସାରଙ୍ଗଧର ଷ୍ଟାଡିୟମ ଠାରେ ସମସ୍ତ ମେଢ ଗୁଡିକ ଏକତ୍ରିତ ହେବା ପରେ ସେଠାରେ ଅତିଥି ମାନଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବ।ପରେ ଲଡୁ ନିଲାମ ଓ ସମସ୍ତ ପୂଜା କମିଟିକୁ ପୂର୍ବରୁ ଦିଆଯାଇଥିବା କ୍ରମିକ ନମ୍ବର ଅନୁଯାୟି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ । ସାରଙ୍ଗଧର ଷ୍ଟାଡିୟମ ଭଷାଣି ଶୋଭାଯାତ୍ରା ବାହାରି କଳ୍ପନା କ୍ଲବ ଦେଇ ଲକ୍ଷ୍ମି ବଜାର,ତରୁଣ ବଜାର,ଜଗନ୍ନାଥ ବଜାର,ହନୁମାନ ବଜାର ଦେଇ ବସଷ୍ଟାଣ୍ଡ ଠାରେ ସମାପ୍ତ ହେବ।
ଏହି ବୈଠକରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ସହକାରି ଜିଲ୍ଲାପାଳ ଦିପକ କୁମାର ମିଶ୍ର, ଉପଖଣ୍ଡ ଆରକ୍ଷି ଅଧିକ୍ଷକ ଚିତରଞ୍ଜନ ବେହେରା, ଏନଏସି ନିର୍ବାହି ଅଧିକାରି ପ୍ରଦତ୍ତ କୁମାର ସାହୁ,, ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ ସମେତ ସମସ୍ତ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଭଷାଣି କାର୍ଯ୍ୟକ୍ରମରେ ତରୁଣ ବଜାର ପୂଜା କମିଟି, ଶ୍ରିଗଣେଷ କ୍ଲବ, ୟୁନିକ ବଏଜ, ଜଗନ୍ନାଥ ପୂଜା କମିଟି, ମହିମା ନଗର, ଭବାନି କ୍ଲବ, ଫ୍ରେଣ୍ଡସ କ୍ଲବ, ମା ମଙ୍ଗଳା ୟୁଥ କ୍ଲବ,ବଜରଙ୍ଗି କ୍ଲବ, ଓମ କ୍ଲବ, ଦ ବଏଜ କ୍ଲବ, କଳିଙ୍ଗ ୟୁଥ କ୍ଲବ, ସାଇ ଗଣେଶ କ୍ଲବ, ଗୋଡିସାହି ଗଣେଷ ପୂଜା କମିଟି, ବିଗ୍ନେଶ ବଏଜ, ବଜରଙ୍ଗି ୟୁଥ କ୍ଲବ, ମହାବିର କ୍ଲବ ମାନେ ଯୋଗଦେବା ନେଇ ସୂଚନା ରହିଛି ।