ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ମଠକରଗୋଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତୀୟ ସେବା ଯୋଜନା ଅଧିକାରୀ ତଥା ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ସଂଯୋଜିକା ଅଧ୍ୟାପିକା ସବିତା ଦେହୁରୀ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ରୋତରେ ସାମିଲ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ ।

ପ୍ରାକ୍ତନ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ସ୍ଵପ୍ନିତା ରାଉତ ସ୍ଵେଚ୍ଛାସେବୀ ମାନେ ଗୋଷ୍ଠୀ ସେବା ମାଧ୍ୟମରେ ବ୍ୟକ୍ତିତ୍ଵର ବିକାଶ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାକ୍ତନ ସେବା ଯୋଜନା ଅଧିକାରୀ ତଥା ବାଣିଜ୍ୟ ବିଭାଗର ମୂଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ସ୍ଵେଚ୍ଛାସେବୀ ମାନେ ସମାଜ ସେବା ମାଧ୍ୟମରେ ଭବିଷ୍ୟତରେ ସୁନାଗରିକ ହେବାର ସ୍ବପ୍ନ କୁ ସାକାର କରିବାକୁ ମତବ୍ୟକ୍ତ କରିଥିଲେ ।

ଅଧ୍ୟକ୍ଷ ଶ୍ରୀ ଦାଶ ଜାତୀୟ ସେବା ଯୋଜନା ର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ, ଉପଲବ୍ଧ ସୁବିଧା ସୁଯୋଗ ତଥା ବସୁଧୈବ କୁଟୁମ୍ବକମ୍ ର ମହାନ ବାର୍ତ୍ତା ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସୋମନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ପରିଶେଷରେ ସେବା ଯୋଜନା ଅଧିକାରୀଣୀ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବିଦ୍ୟାବତୀ ରାଜୀନ୍ଦ୍ର, ପ୍ରଦିପ୍ତା ମହାପାତ୍ର, ଦିପ୍ତିମୟୀ ସାହୁ, ବିଜୟିନୀ ଲେଙ୍କା, ସ୍ମରଣିକା ସାମଲ, ସଙ୍ଗୀତା ଖୁଣ୍ଟିଆ ତଥା ବିନୟ କୁମାର ଦାସ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।


ସେୟାର କରନ୍ତୁ